www.samajalive.in
Monday, December 8, 2025
13.1 C
Bhubaneswar

ରେଳ ଧାରଣାରେ ପବ୍‌ଜୀ ଗେମ୍‌ ଖେଳି ୩ ନାବାଳକଙ୍କ ଚାଲିଗଲା ଜୀବନ

ପାଟନା : ବିହାରର ବୈତିୟା ଜିଲାର ମୁଫାସିଲ ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି । ନରକାଟିଆଗଞ୍ଜ-ମୁଜାଫରପୁର ରେଳ ବିଭାଗର ମନସା ଟୋଲାରେ ଥିବା ରୟାଲ ସ୍କୁଲ ନିକଟରେ ରେଳ ଧାରଣାରେ ଗେମ୍‌ ଖେଳିବା ସମୟରେ ଟ୍ରେନ୍‌ରେ କଟି ୩ ଜଣ ନାବାଳକଙ୍କ ଜୀବନ ଚାଲି ଯାଇଛି । ସେମାନଙ୍କ ବୟସ ୧୪ ରୁ ୧୬ ବର୍ଷ ବୟସ ହେବ ବୋଲି ଜଣାପଡିଛି । ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ରେଳ ଧାରଣାରେ ବସି କାନରେ ଇୟରଫୋନ୍‌ ଲଗାଇ ପବ୍‌ଜୀ ଗେମ୍‌ ଖେଳୁଥିଲେ । ସେହି ସମୟରେ ଟ୍ରେନ୍‌ ଆସିଥିଲା ମାତ୍ର କାନରେ ଇୟରଫୋନ୍‌ ଥିବା କାରଣରୁ ଟ୍ରେନ୍‌ ଶବ୍ଦ ଶୁଣା ନଯାଇନଥିବା ଅନୁମାନ କରାଯାଉଛି । ଫଳରେ ଟ୍ରେନ୍‌ରେ କଟି ୩ ନାବାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇ ରେଳୱେ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏହି ଖବର ଜଣାପଡିବା ପରେ ପରିବାର ଲୋକେ ଭାଙ୍ଗି ପଡିବା ସହ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଦେଖନ୍ତୁ ମାଆ ସିଂହୀ ଓ ଶାବକର ମନଛୁଆଁ ଭିଡିଓ..

ସାବଧାନ୍‌; ଆସିଲା ନୂଆ ଟ୍ରାଫିକ୍‌ ନିୟମ, ଏଣିକି ଚାଲାଣ କଟିବ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା..

- Advertisement -

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories