www.samajalive.in
Monday, December 8, 2025
17.1 C
Bhubaneswar

ସିରିୟାର ପୂର୍ବତନ ରାଷ୍ଟ୍ରପତିଙ୍କୁ ରୁଷରେ ହତ୍ୟା ଷଡ଼ଯନ୍ତ୍ର, ଦିଆଯାଇଥିଲା ବିଷ

ସମାଜ ଡିଜିଟାଲ ଡେସ୍କ: ସିରିୟା ଗୃହଯୁଦ୍ଧରେ ବିଦ୍ରୋହୀ ଦେଶକୁ କବଜା କରିବା ପରେ ତତ୍କାଳୀନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ପଡ଼ିଥିଲା। ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ତାଙ୍କୁ ଶରଣ ଦେଇଥିଲେ। କିନ୍ତୁ ଏବେ ଅସଦଙ୍କୁ ରୁଷରେ ହିଁ ବିଷ ଦେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ସାମ୍ନାକୁ ଆସିଛି। ଅସଦ ହଠାତ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ନିଃଶ୍ଵାସ ନେବାରେ ସମସ୍ୟା ହୋଇଥିଲା। ତେଣୁ ସେ ନିଜ ସୁରକ୍ଷା କର୍ମୀଙ୍କ ସହାୟତା ନେଇଥିଲେ। ସେମାନେ ତୁରନ୍ତ ଡାକ୍ତରଖାନାକୁ ଫୋନ କରି ଜଣାଇଥିଲେ। ଏହି ଖବର ପୁଟିନଙ୍କୁ ମିଳିବା ପରେ ତୁରନ୍ତ ସେ ଅସଦଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ତାଙ୍କ ଘରେ କରିବାକୁ ନିର୍ଦେଶ ଦେଇଥିଲେ। ତୁରନ୍ତ ମେଡିକାଲ ଟିମ ଅସଦ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ।

ଡାକ୍ତରୀ ଦଳ ଅସଦଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ତେବେ ଡାକ୍ତରମାନେ ଅସଦଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ତାଙ୍କୁ ବିଷ ଦିଆଯାଇଥିବା ଜଣାପଡ଼ିଛି।

- Advertisement -

ତେବେ ଅସଦଙ୍କୁ କିଏ ବିଷ ଦେଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଟିନଙ୍କ ଘନିଷ୍ଠ ନିକୋଲାଇ ପ୍ୟାଟୁସେଭଙ୍କ ତତ୍ଵାବଧାନରେ ଏହି ଘଟଣାର ତଦନ୍ତ ଚାଲିଛି। ପୁଟିନଙ୍କ ସହିତ ଅସଦଙ୍କ ସମ୍ପର୍କ ଖରାପ ହେଉଥିବା ନେଇ ଗଣମାଧ୍ୟମରେ ଆଲୋଚନା ହେଉଥିବାବେଳେ ଏହି ସମୟରେ ତାଙ୍କୁ ହତ୍ୟା ଉଦ୍ୟମ କରାଯିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ସେପଟେ ଅସଦଙ୍କ ପତ୍ନୀ ମଧ୍ୟ ତାଙ୍କଠାରୁ ଛାଡ଼ପତ୍ର ନେବାକୁ ଆବେଦନ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories