ପୁଣି ଚମକିଲେ ନବରଙ୍ଗପୁର ଝିଅ ବନୀତା, ମୋଦୀଙ୍କ ସମ୍ମୁଖରେ କହିବେ ବିକଶିତ ଭାରତ କଥା
ଡେସ୍କ: ନବରଙ୍ଗପୁର ଗାଦବାଗୁଡା ନିବାସୀ ନବୋଦୟ ବିଦ୍ୟାଳୟ ଝାରସୁଗୁଡ଼ାର ଅଧ୍ୟାପକା ତଥା ସ୍ତମ୍ଭକାର ବନବିହାରୀ ଦାଶଙ୍କ ଝିଅ ବନୀତା ଦାଶ ପୁନର୍ବାର ଅବିଭକ୍ତ କୋରାପୁଟ ପାଇଁ ଗୋୖରବ ଆଣିଛନ୍ତି। ସେ ଆସନ୍ତା ଜାନୁଆରୀ ୧୧ ଓ ୧୨ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ “ବିକଶିତ ଭାରତ ଯୁବନେତା ବାର୍ତ୍ତାଳାପ ୨୦୨୫” କାର୍ଯ୍ୟକ୍ରମରେ “ସେମିକଣ୍ଡକ୍ଟର ଓ ବିକଶିତ ଭାରତ” ସମ୍ପର୍କିତ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବାକୁ ଓଡିଶା ସରକାରଙ୍କ ତରଫରୁ ମନୋନୀତ ହୋଇଛନ୍ତି।
କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ସଫଳତା ହାସଲ କରି ସେ ଏହି ସୁଯୋଗ ଲାଭ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସେ ଆଠ ଜାନୁଆରୀରେ ନୂଆଦିଲ୍ଲୀ ଯାତ୍ରା କରିବେ। ବନୀତାଙ୍କ ଏହି ସଫଳତା ପାଇଁ ଜିଲ୍ଲା, ରାଜ୍ୟ ଓ ଦେଶର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
Comments are closed.