www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରକୃତିର ମନଲୋଭା ଦୃଶ୍ୟ ଦେଖିବାକୁ ରାଇଲିମା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମ ନିକଟ ନିୟମଗିରି ପାହାଡରୁ ବାହାରୁଥିବା ଜଳପ୍ରପାତର ପ୍ରକୃତିର ମନଲୋଭା ଦୃଶ୍ୟ ଦେଖିବାକୁ ରାଇଲିମା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼। ସୌନ୍ଦର୍ଯ୍ୟ ଭରା ଘଞ୍ଚ ଅରଣ୍ୟ ସାଙ୍ଗକୁ ପାହାଡ ଘେରା ମଝିରୁ ବାହାରୁଥିବା ଜଳପ୍ରପାତ ଦେଖିବାକୁ ଏଠାକୁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ ରହିଥାଏ। ଯିଏ ନଦେଖିଛି ସେ ହୃଦୟଙ୍ଗମ କରିପାରିବ ନାହିଁ। ମନୋରମ ଜଙ୍ଗଲ ଗଛଲତା ସାଙ୍ଗକୁ ଦୂର ପାହାଡରୁ କୁଳୁକୁଳୁ ଶବ୍ଦ ହୋଇ ବହି ଆସୁଥିବା ଝରଣାଟି ରାଇଲିମା ଜଳପ୍ରପାତ ଭାବେ ପରିଚିତ। ଏହି ଜଳପ୍ରପାତ ପାଖରୁ ଠିଆ ହୋଇ ଏହାର ଦୃଶ୍ୟ ଦେଖିଲେ ସୌନ୍ଦର୍ଯ୍ୟ ଯେମିତିକି କାଶ୍ମୀର ଠାରୁ କମ୍‌‌ ହେବ ନାହିଁ। ଏହି ସ୍ଥାନକୁ ଯେ କେହି ଥରେ ଆସିଛି ଏହାର ସୌନ୍ଦର୍ଯ୍ୟର ମାୟା ଜାଲରେ ଛନ୍ଦି ହୋଇଯାଇଛି। ସେ ନିଶ୍ଚୟ ପୁନଃର୍ବାର ଏଠାକୁ ଆସିବାକୁ ବ୍ୟାକୁଳିତ ହୋଇଥାଏ। ଯଦି ଏହି ରାଇଲିମା ଜଳପ୍ରପାତର ରାସ୍ତାଘାଟ, ଆଲୁଅ, ସାଙ୍ଗକୁ ମୋବାଇଲ୍‌‌ ସେବା ବ୍ୟବସ୍ଥା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଭଳି ଭିତ୍ତିଭୂମିର ବିକାଶ କରାଯାଇ ପାରିଲେ ଏଠାରେ ରାଜ୍ୟ ଓ ଦେଶ ବାହାର ପର୍ଯ୍ୟଟକମାନଙ୍କ ଲମ୍ବା ଧାଡି ଲାଗିପାରନ୍ତା।

ସରକାର ଏହି ରାଇଲିମା ଜଳପ୍ରପାତ ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେଲେ ଏହା ନିଶ୍ଚିତ ଭାବେ ରାଜ୍ୟ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିପାରନ୍ତା ବୋଲି ସ୍ଥାନୀୟ ଲୋକମାନେ ଟୁପୁରୁ ଟାପୁରୁ ହେଉଥିବା ଶୁଣିବାକୁ ମିଳୁଛି। ଏହି ସ୍ଥାନକୁ ବିଭିନ୍ନ ସମୟରେ ପର୍ଯ୍ୟଟକ ମାନେ ଆସି ବୁଲିବା ସହ ଭୋଜି ଭାତ କରି ହସଖୁସିରେ ଏହାର ସୌନ୍ଦର୍ଯ୍ୟ ଭରା ପ୍ରକୃତିର ମନଲୋଭା ଦୃଶ ଉପଭୋଗ କରିଥିବା ଦେଖିବାକୁ ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories