www.samajalive.in
Sunday, December 14, 2025
26.1 C
Bhubaneswar

କରଡ଼ାରେ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ଫୁଲବାଣୀ :ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ତହସିଲଦାର ଦିଲ୍ଲିପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ କରଡ଼ା ପଞ୍ଚାୟତର ବରିମୁଣ୍ଡା ଓ ନିତିବାଡି ଗ୍ରାମର ୬୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଜଙ୍ଗଲ ଜମିରେ ନିଜର ଜୀବନ ଜୀବିକାରେ ଉନ୍ନତି ଏବଂ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯିବା ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ଯୋଜନା ସୁବିଧା ଗୁଡିକ ଉପରେ ଆଲୋକପାତ କରାଯାଇଥିଲା। ଗୋଷ୍ଠିଗତ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଓ ଜଙ୍ଗଲ ସୁପରିଚାଳନା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ଅବଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ସରପଞ୍ଚ ସାନୁଜ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସୁପରଭାଇଜର ଗୋଲକ ବିହାରୀ ସାମନ୍ତ ସିଂହାର କର, ରାଜସ୍ବ ନୀରିକ୍ଷକ ଶଙ୍କର ପ୍ରସାଦ ମେହେର ସମେତ ଏଫ୍ ଆର୍ ସେଲ୍ ସଂଯୋଜକ ଗଣେଶ ପ୍ରଧାନ ଓ ବସୁନ୍ଧରା ସଂଯୋଜକ ହୃଷିକେଶ ପ୍ରଧାନ ଯୋଗଦେଇଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories