ଚୀନର ନୂଆ ପ୍ରଦେଶରେ ଭାରତୀୟ ଅଞ୍ଚଳ ସାମିଲ, ବୈଦେଶିକ ମନ୍ତ୍ରଣାଳୟର ବିରୋଧ

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ବନ୍ଧ ବାନ୍ଧିବାକୁ ଘୋଷଣା କରିବା ପରେ ଏବେ ହୋଟନରେ ଦୁଇଟି ନୂଆ ପ୍ରଦେଶ ଗଠନ ପାଇଁ ଘୋଷଣା କରିଛି। ଯାହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। କାରଣ ଚୀନର ଏହି ଦୁଇ ନୂଆ ପ୍ରଦେଶରେ ଲଦାଖର କିଛି ଅଞ୍ଚଳକୁ ସାମିଲ କରାଯାଇଛି। ଭାରତୀୟ କ୍ଷେତ୍ର ଉପରେ ଚୀନର ଏପରି ଅବୈଧ କବଜାକୁ ଆଦୌ ସ୍ବୀକାର କରାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

prayash

ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଆମେ ଭାରତର ସ୍ବାର୍ଥ ରକ୍ଷା ପାଇଁ ତଦାରଖ ଜାରି ରଖିବୁ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ଡ୍ୟାମ ପ୍ରକଳ୍ପକୁ ନେଇ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ତିବ୍ବଦର ୟାରଲୁଙ୍ଗ ସାଙ୍ଗପୋ (ଭାରତୀୟ କ୍ଷେତ୍ରରେ ବ୍ରହ୍ମପୁତ୍ର) ନଦୀ ଉପରେ ବିଶ୍ଵର ସବୁଠୁ ବଡ଼ ଡ୍ୟାମ ନିର୍ମାଣ କରିବା ନେଇ ଘୋଷଣା କରିଛି। ନଦୀ ଜଳ ଉପରେ ଆମର ଅଧିକାର ମଧ୍ୟ ରହିଛି। ଆମେ ନିୟମିତ ଭାବେ ବିଶେଷଜ୍ଞ ସ୍ତର ଏବଂ କୁଟନୈତିକ ସ୍ତରରେ ଚୀନ ପକ୍ଷକୁ ଆମ ବିଚାର ଓ ଚିନ୍ତା ବିଷୟରେ ଅବଗତ କରାଇଛୁ। ବ୍ରହ୍ମପୁତ୍ର ନଦୀର ତଳ ସ୍ତରରେ ରହିଥିବା ଭାରତୀୟ ରାଜ୍ୟଗୁଡ଼ିକର ସ୍ବାର୍ଥ ଯେପରି ଉକ୍ତ ଡ୍ୟାମ ଦ୍ବାରା ପ୍ରଭାବିତ ନ ହୁଏ ତାହା ସୁନିଶ୍ଚିତ କରିବା ଲାଗି ଚୀନକୁ କୁହାଯାଇଥିବା ଜୟସୱାଲ କହିଛନ୍ତି।

Comments are closed.