ଧାନମଣ୍ଡି ବୁଲି ଦେଖିଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

କେନ୍ଦୁଝରଗଡ଼଼: କେନ୍ଦୁଝର ସଦର ଉପଖଣ୍ଡ ପଣ୍ଡାପଡ଼ା, ନରଣପୁର, କେନ୍ଦେଇପଶି, ଯମୁନାପଶି, ଚେମେଣା ଆଦି ଧାନମଣ୍ଡୀକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ମଙ୍ଗଳବାର ଗସ୍ତ କରି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଶ୍ରୀ ସାହୁ ଏହି ଗସ୍ତ ସମୟରେ କେନ୍ଦ୍ର ସରକାରଙ୍କ ଧାନ ସଂଗ୍ରହ ନିର୍ଦ୍ଦେଶାବଳୀ ପ୍ରାବଧାନ ଅନୁଯାୟୀ ଧାନମଣ୍ଡୀ ଗୁଡିକ ଠିକଠାକ କାମ କରୁଛନ୍ତି କି ନାହିଁ ତାହାର ତଦାରଖ କରିଥିଲେ। ଓଡ଼ିଶାରେ ବିଜେପି ସରକାର କ୍ଷମତାସୀନ ହେବାପରେ ଚାଷୀ ମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ ହୋଇଛି। ସେଥିମଧ୍ୟରୁ ଧାନ କ୍ୟୁଣ୍ଟାଲ ପ୍ରତି ୩୧୦୦ ଟଙ୍କା ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ ବ୍ୟବସ୍ଥା କରାଯିବା ପ୍ରମୁଖ ବୋଲି ଶ୍ରୀ ସାହୁ କହିଛନ୍ତି। ଚାଷୀ ମାନଙ୍କୁ ଆଉ ଶୋଷଣର ଶିକାର ହେବାକୁ ପଡ଼ିବନାହଁ ବୋଲି ଶ୍ରୀ ସାହୁ ମଣ୍ଡି ଗସ୍ତ ସମୟରେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଧାନ କିଣା କାରବାରରେ ବ୍ୟାପକ ସୂଛତାର ସହିତ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ଅଟେ ବୋଲି କହିଥିଲେ। ଯେଉଁ ମାନେ ଧାନ କିଣା କାରବାରରେ ଅନିୟମିତତା କରିବେ କିମ୍ବା ଚାଷୀ ମାନଙ୍କୁ ହଇରାଣ ହରକତ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ।

Comments are closed.