www.samajalive.in
Tuesday, November 18, 2025
27.1 C
Bhubaneswar

ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଫୁଲବାଣୀ: ଫୁଲବାଣୀରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରଥମେ ବିଜେଡ଼ି ନେତା ଓ କର୍ମୀମାନେ ବଜାର ସ୍ଥିତ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରିବା ପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ବହୁ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ସେହିଭଳି ବ୍ଲକ ସଭାପତି ରଜନୀକାନ୍ତ ମାଲିକଙ୍କ ଅଧ୍ୟକ୍ଷତାରେ ପ୍ରତିଷ୍ଠା ଦିବସ ଫିରିଙ୍ଗିଆରେ ପାଳନ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା କୈଳାଶ ମୁଖି, ପୂର୍ବତନ ବିଧାୟକ ଦୁଗୁନି କହଁର, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଲ, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ କହଁର, ବ୍ଲକ ଅଧକ୍ଷା ନମିତା କହଁର, ପଞ୍ଚାୟତ ସଭାପତି ପ୍ରତାପ ସାହୁ, ବିଜେଡି ନେତା ପ୍ରମୋଦ କୁମାର ସିଓ, କେଲାପଡା ପଞ୍ଚାୟତ ସଭାପତି ପାମ ମାଲିକଙ୍କ ସହ ଅଞ୍ଚଳର ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତି ଥିଲେ। ଏହି ଅବସରରେ ଫିରିଙ୍ଗିଆ ବ୍ଲକ ଛକ ଠାରେ ଥିବା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଧୂପ ଦୀପ ଦେଇ ନେତା ଓ କର୍ମୀ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Hot this week

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

Related Articles

Popular Categories