www.samajalive.in
Sunday, December 14, 2025
17.1 C
Bhubaneswar

ନାକେଦମ୍‌ କଲାଣି ଜିନ୍ନତ, ୩ ରାଜ୍ୟର ବନ କର୍ମଚାରୀ ନୟାନ୍ତ

ଭୁବନେଶ୍ବର: ନାକେଦମ୍‌ କଲାଣି ବାଘୁଣୀ ଜିନ୍ନତ। ପ୍ରାୟ ତିନି ସପ୍ତାହ ଧରି ସେ ତିନି ରାଜ୍ୟ ଘୂରି ବୁଲୁଛି। ଟ୍ରାଙ୍କୁଲାଇଜ୍‌ ପାଇଁ ଏବେ ଜିପିଏସ୍‌ ସମସ୍ୟା ଦେଖାଦେଇଛି। ସେ ଖାଦ୍ୟ ଖାଇଲେ ହିଁ ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବ। ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ତିନି ରାଜ୍ୟର ବନକର୍ମଚାରୀ ତା’ଉପରେ ନଜର ରଖିଛନ୍ତି। ଜିନ୍ନତ ଧରାଯିବାକୁ ନେଇ ଉଦ୍ୟମ ଜାରି ରହିଛି ବୋଲି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ସେ କହିଛନ୍ତି ଯେ, ରେଡିଓ କଲାର୍ ମାଧ୍ୟମରେ ଜିନ୍ନତକୁ ସାଟେଲାଇଟ୍ ଜରିଆରେ ଟ୍ରାକ୍ କରାଯାଉଛି। ଜିପିଏସ୍‌ ନେଟୱର୍କ ସବୁ ସ୍ଥାନରେ ନ ଥିବାରୁ ଟ୍ରାକିଂରେ ସମସ୍ୟା ରହୁଛି। ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି ଯେ, ବାଘୁଣୀ ଜିନ୍ନତକୁ ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ୍ କରାଯିବ। ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆ ଜିଲା ବନ୍ଦୱାନ ଜଙ୍ଗଲରୁ ବାହାରି ନିକଟସ୍ଥ ଏକ ଡ୍ୟାମ ନିକଟରେ ରହିଛି। ଖୋଲା ସ୍ଥାନରେ ଥିବାରୁ ତାକୁ ଟ୍ରାଙ୍କୁଲାଇଜ୍ କରିବା ସହଜ ହୋଇପାରେ। ଏଥିପାଇଁ ବନ ବିଭାଗ ଟିମ୍ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାକୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ପ୍ରଥମେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା। ଗତ ୧୯ ତାରିଖ ରାତିରେ ସେ ସେଠାରୁ ପଶ୍ଚିମବଙ୍ଗକୁ ପଳାଇଥିବା ଜଣାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories