ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା – ୧୭୯ ଯାତ୍ରୀ ମୃତ
ଡେସ୍କ: ଦକ୍ଷିଣ କୋରିଆର ମୁଆନ୍ ସହରରେ ରବିବାର ଜେଜୁ ଏୟାରର ଏକ ବିମାନ ରନୱେରୁ ଖସି ବାଡ଼ ସହ ଧକ୍କା ଖାଇଥିଲା। ୧୮୧ ଯାତ୍ରୀଙ୍କ ମଧ୍ୟରୁ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୯୪ ଜଣଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।
ବ୍ୟାଙ୍କକରୁ ଆସୁଥିବା ଏକ ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କର୍ମଚାରୀଙ୍କୁ ନେଇ ଜେଜୁ ଏୟାରବିମାନ ୭ସି୨୨୧୬ ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟାରେ ଅବତରଣ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଜେଜୁ ଏୟାରର ବିମାନଟି ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବରଙ୍କୁ ନେଇ ଥାଇଲାଣ୍ଡର ବ୍ୟାଙ୍କକରୁ ଦକ୍ଷିଣ କୋରିଆର ମୁଆନ୍ ଅଭିମୁଖେ ଫେରୁଥିଲା।
ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା, ୬୨ ମୃତ pic.twitter.com/5GZiMgEnw5
— Samaja Live (@samajalive) December 29, 2024
ସୂଚନା ଅନୁଯାୟୀ, ବିମାନଟି ରନୱେରୁ ଓଲଟି ବିମାନବନ୍ଦରର ଏକ ବାଡ଼ରେ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା।
Comments are closed.