ପାସ୍-ଫେଲ୍ ବ୍ୟବସ୍ଥା ନେଇ ଚାଲିଛି ତର୍ଜମା – ମନ୍ତ୍ରୀ
ଭୁବନେଶ୍ବର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ୍-ଫେଲ୍ ବ୍ୟବସ୍ଥା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଆସିଛି। ହେଲେ କ’ଣ ଭଲ ହୋଇ ପାରିବ, ସେନେଇ ତର୍ଜମା ଚାଲିଛି, ସେ ସଂକ୍ରାନ୍ତରେ ଆଲୋଚନା ଚାଲିଛି। ଫେଲ ବ୍ୟବସ୍ଥା ରହିବା କଥା। ଏହାଫଳରେ ଶିକ୍ଷାରେ ସଂସ୍କାର ଆସିବ, ସେ ଦିଗରେ ଅଧିକ ତର୍ଜମା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଶିକ୍ଷା ଅଧିକାର ଆଇନରେ କେନ୍ଦ୍ର ସରକାର ପରିବର୍ତ୍ତନ ଆଣିଛନ୍ତି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେନି। ସେମାନେ ପୁଣିଥରେ ପରୀକ୍ଷା ଦେବେ। ଏହି ନୂତନ ବ୍ୟବସ୍ଥାକୁ ନେଇ ରାଜ୍ୟରେ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି।
Comments are closed.