www.samajalive.in
Sunday, December 14, 2025
19.1 C
Bhubaneswar

ନିର୍ଦ୍ଦେଶ ଦେଲେ ଡିଜିପି, ପିକ୍‌ନିକ୍‌ ସ୍ପଟ ଜଗିବ ପୁଲିସ

ଭୁବନେଶ୍ବର: ରାଜ୍ୟରେ ପିକ୍‌ନିକ୍‌ ସ୍ପଟଗୁଡ଼ିକୁ ଜଗିବ ପୁଲିସ। ପର୍ଯ୍ୟଟନସ୍ଥଳ ଓ ପିକ୍‌ନିକ୍‌ ସ୍ପଟରେ ଅଘଟଣ ଘଟିବା ନଜିର ରହିଛି। ଏଥିପ୍ରତି ସଜାଗ ରହିବା ପାଇଁ ପୁଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ସବୁ ଏସ୍‌ପିଙ୍କ ସହିତ କଥା ହୋଇଛନ୍ତି। ପିକ୍‌ନିକ୍‌ ସ୍ପଟରେ ପୁଲିସ ଫୋର୍ସ ମୁତୟନ ରଖିବା ପାଇଁ ଡିଜିପି ଶ୍ରୀ ଖୁରାନିଆ ନିର୍ଦେଶ ଦେଇଛନ୍ତି। ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଜଗିବା ପାଇଁ କୁହାଯାଇଛି। ଯେକୌଣସି ଅଘଟଣକୁ ଏଡ଼ାଇବା ଲାଗି ପ୍ରସ୍ତୁତ ରହିବା ଲାଗି ଡିଜିପି ସମସ୍ତ ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି।

ଜାନୁଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ପିକ୍‌ନିକ୍‌ ସ୍ପଟ, ପର୍ଯ୍ୟଟନସ୍ଥଳୀ ଉପରେ ନଜର ରଖିବା ଲାଗି ଡିଜିପି କହିଛନ୍ତି। ଆଗକୁ ଜିରୋ ନାଇଟ ରହିଛି। ନୂଆବର୍ଷ ଉତ୍ସବ ମନାଇବା ଲାଗି ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମିବ। ଏହି ସମୟରେ ଗଣ୍ଡଗୋଳ ଘଟିବା ନଜିର ରହିଛି। ଏପରିକି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ନିଶାସକ୍ତ ଅବସ୍ଥାର ଗାଡ଼ି ଚାଳନା ବୃଦ୍ଧି ପାଇବ। ଏଭଳି ଅଘଟଣକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ପାଇଁ ଡିଜିପିଙ୍କ ନିର୍ଦେଶ ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories