ଆର ପାରିରେ ପୁରୀ ଗଜପତିଙ୍କ ସାନମାଇଁ ରେଣୁକା ଦେବୀ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ରାଜ ପରିବାରର ସାନକୁମାର କିରଣେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ରାଣୀ ରେଣୁକା ଦେବୀ(୬୭)ଙ୍କ ଆଜି ପରଲୋକ ଘଟିଛି । ଉଚ୍ଚରକ୍ତଚାପ ତଥା ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ସେ କିଛିଦିନ ପୂର୍ବରୁ ପ୍ରଥମେ ବାଲେଶ୍ୱର ଓ ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ । ସେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସାନମାଇଁ ତଥା ନୀଳଗିରିର ତତ୍କାଳୀନ ଶାସକ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜଙ୍କ ସାନବୋହୁ ଥିଲେ । ମାଇଁଙ୍କ ମୃତ୍ୟୁରେ ପୁରୀ ଗଜପତି  ଗଭୀର ଶୋକ କରିଛନ୍ତି । ସ୍ୱର୍ଗଦ୍ୱାରରେ ରେଣୁକା ଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସାନପୁଅ ମୁଖାଗ୍ନି ଦେଇଛନ୍ତି ।

prayash

ପୁତୁରା ତଥା ନୀଳଗିରି ରାଜାସାହେବ ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ, ରାଣୀସାହେବା ମନୋଜା ମଞ୍ଜରୀ ଦେବୀ, ଛୋଟରାୟ ଜଗଦ୍ଦୀଶ ମର୍ଦ୍ଦରାଜ, ଛୋଟରାଣୀ ଜ୍ୟୋତ୍ସ୍ନାଦେବୀ ମର୍ଦ୍ଦରାଜ, ଯୁବରାଜ ଜନ୍ମେଜୟ ମର୍ଦ୍ଦରାଜ, ଯୁବରାଣୀ ହର୍ଷିତା ସିଂ, ସାହେବ ମର୍ଦ୍ଦରାଜ, ଗୌତମ ମର୍ଦ୍ଦରାଜ, ସନ୍ଦୀପ ମର୍ଦ୍ଦରାଜ ପ୍ରମୁଖ ରାଣୀ ରେଣୁକା ଦେବୀଙ୍କ ଶେଷ ଦର୍ଶନ କରିଛନ୍ତି।

Comments are closed.