ଦିନ ୨ଟା – ମୁଖ୍ୟ ସମ୍ବାଦ

(୧) ରାଜ୍ୟରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ
– ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି

ମୁଁ ଗୋମାଂସ ଖାଏନି କି ପ୍ରୋତ୍ସାହନ କରେନି – କାମିୟା ଜାନୀ


(୨) ମହିଳା ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଭାରତ
– ୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ
– ପ୍ରଥମ ଥର ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଜିତିଲା ଭାରତ
(୩) ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଆଇଇଡ଼ି ବିସ୍ଫୋରଣ
– ୨ ଏସ୍‌ଓଜି ଯବାନ ଗୁରୁତର

୧୦ ଡିଗ୍ରୀ ତଳେ ୮ ସହର, କୋରାପୁଟ ସବୁଠୁ ଥଣ୍ଡା


(୪) ଆସନ୍ତାକାଲି ବଡ଼ଦିନ
– କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
– ପୁଲିସର ଫ୍ଲାଗମାର୍ଚ୍ଚ
– ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ଚାଲିଛି ପ୍ରସ୍ତୁତି
(୫) ବାଲେଶ୍ୱର ସୋର ଖନ୍ତାପଡ଼ା ଭଗତପୁର ଗାଁ ରାସ୍ତାରେ ବିଲ ମଧ୍ୟକୁ ଓଲଟିଲା ରାସାୟନିକ ଗ୍ୟାସ ହାଇଡ୍ରୋ କ୍ଲୋରାଇଡ୍‌ ଏସିଡ୍‌ ବୋଝେଇ ଟ୍ୟାଙ୍କର
(୬) ୧୦ ଡିଗ୍ରୀ ତଳେ ୮ ସହର, କୋରାପୁଟ ସବୁଠୁ ଥଣ୍ଡା
– ତାପମାତ୍ରା କୋରାପୁଟରେ ୬.୬, ଦାରିଙ୍ଗବାଡିରେ ୭ ଓ ଜି. ଉଦୟଗିରିରେ ୭.୪ ଡ଼ିଗ୍ରୀ
– ତାପମାତ୍ରା କେନ୍ଦୁଝରରେ ୮.୮, ସୁନ୍ଦରଗଡରେ ୯, କିରେଇରେ ୯.୪, ଫୁଲବାଣୀରେ ୯.୫ ଓ ସେମିଳିଗୁଡାରେ ୯.୬ ଡ଼ିଗ୍ରୀ ସେଲସିଅସ
– କଟକରେ ୧୫.୧ ଓ ଭୁବନେଶ୍ବରରେ ୧୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ
(୭) ଆଜିଠାରୁ କମିବ ଶୀତର ପ୍ରଭାବ, ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ନେଇ ପାଣିପାଗ ବିଭାଗର ସୂଚନା
(୮) ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତ ଛିଟା ପଡ଼ିବାରୁ ହେଲା ବଡ଼ ମହାସ୍ନାନ
– ଏକ ଘଣ୍ଟା ନୀତି ବିଳମ୍ବ
(୯) ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କଲା କ୍ରୀଡା ମନ୍ତ୍ରାଳୟ
– ସଙ୍ଘର ନବନିର୍ବାଚିତ କାର୍ଯ୍ୟକାରିଣୀର ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମେତ ସମସ୍ତ ସଦସ୍ୟଙ୍କ ମାନ୍ୟତା ରଦ୍ଦ
– ସାକ୍ଷୀ ମଲ୍ଲିକଙ୍କ ବିରୋଧ ପରେ କ୍ରୀଡା ମନ୍ତ୍ରାଳୟର ପଦକ୍ଷେପ
– ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ସମସ୍ତ ନିଷ୍ପତ୍ତି ଅମାନ୍ୟ ଘୋଷିତ
(୧୦) ଶ୍ରୀମନ୍ଦିର ପ୍ରବେଶ ନେଇ ବ୍ଲଗର କାମିୟା ଜାନିଙ୍କ ସ୍ପଷ୍ଟୀକରଣ
– କହିଲେ ମୁଁ ବିଫ୍‌ ଖାଏନି କି ପ୍ରୋତ୍ସାହନ କରେନି
(୧୧) ଜମ୍ମୁକାଶ୍ମୀର ବାରମୂଳାରେ ଆତଙ୍କବାଦୀଙ୍କ ଗୁଳିରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ମୃତ
– ପ୍ରାର୍ଥନା କରୁଥିବା ବେଳେ ଅଧିକାରୀଙ୍କୁ ଗୁଳି ମାଡ ହୋଇଥିବା ସୂଚନା
(୧୨) ଆଜିଠୁ ଓଡ଼ିଶାରେ ହେବ ଅଲଟିମେଟ ଖୋଖୋ ସିଜିନ-୨

Comments are closed.