bjd gruha runa

ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୁଣ୍ୟତିଥି

BJD Bijuli 480×75 Mob

କୁଆଁପାଳ: ସେବକ ଶିରୋମଣି, ସେବା ଓ ତ୍ୟାଗର ମୁକ୍ତିମନ୍ତ ପ୍ରତୀକ ଆମ ସମସ୍ତଙ୍କ ପ୍ରେରଣାଦାୟୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ପୁଣ୍ୟତିଥି ଅବସରରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋବିନ୍ଦପୁର ସ୍ଥିତ ଶ୍ରୀଶ୍ରୀ ବୀର ଭଦ୍ରସ୍ୱର ମହାଦେବ ମନ୍ଦିର ନିକଟରେ ଶ୍ରଦ୍ଧାଞ୍ଜଳି ସଭା ଗୋପାଳପୁର ଦ୍ଵିତୀୟ ଭଞ୍ଜ ସାହିତ୍ୟ ସଂସଦ ଓ ସମାଜ କୁଆଁପାଳ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଔପନାସିକା ବିଦୁଲତା ପ୍ରଧାନଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ଭଦ୍ରେଶ୍ୱର ଥାନା ଅଧିକାରୀ ତପନ ନାୟକ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବ୍ରଜସୁନ୍ଦର ନାୟକ, କଲ୍ଲୋଳ ଚନ୍ଦ୍ର ମହାନ୍ତି, ଦିଲ୍ଲୀପ ଗ୍ରହାଚାର୍ୟ, କବି ରାଜକିଶୋର ମିଶ୍ର, କବି ପ୍ରଫୁଲ୍ଲ ସାହୁ, କବି ପ୍ରଫୁଲ୍ଲ ସିଂହ, ସରପଞ୍ଚ କମଳାକାନ୍ତ ରାଉତ, ସମିତି ସଭ୍ୟ ଲଳିତ ମୋହନ ରାଉଳ, ସାମ୍ବାଦିକ ଅଶୋକ ପ୍ରହରାଜ, ସମ୍ବାଦିକା ସଂଯୁକ୍ତା ସାହୁ, ସଦାଶିବ ପଣ୍ଡାଙ୍କ ସମେତ ବହୁ କବି ସାହିତ୍ୟିକ ଓ ସମାଜସେବୀ ପ୍ରମୁଖ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ମନ୍ଦିର ପରିସରରେ ଉତ୍କଳମଣିଙ୍କ ଉଦ୍ଦେଶ୍ୟରେ କବିତା ପାଠ ଉତ୍ସବରେ ବହୁ କବି ମାନେ ସ୍ୱରଚିତ କବିତା ପାଠ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କୁଆଁପାଳ ସମାଜ ପ୍ରତିନିଧି ଲଷ୍ମୀଧର ଖୁଣ୍ଟିଆ ଉତ୍ସବ ପରିଚାଳନା କରିଥିବା ବେଳେ ସଂସଦର ସମ୍ପାଦକ ଗୌତମ ଚରଣ ଜେନା ବିବରଣୀ ପାଠ ଓ ସ୍ୱାଗତ ଭାଷଣ ପ୍ରଦାନ କରି ଗୋପବନ୍ଧୁ ଦାସଙ୍କ ଆତ୍ମଜୀବନୀ ଉପରେ ଆଲୋଚନା କରିଥିଲେ।

Comments are closed.