୨୦୧୯ ନିର୍ବାଚନ ଏକାଠି ଲଢିବେ କଂଗ୍ରେସ-ଏନ୍‌ସିପି : ପାୱାର

0

ମୁମ୍ବଇ : ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ-ଏନ୍‌ସିପି ଏକାଠି ଲଢିବେ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାୱାର ଗୁରୁବାର ଘୋଷଣା କରିଛନ୍ତି। ଶରଦ କହିଛନ୍ତି ଯେ ମହାରାଷ୍ଟ୍ରରେ ଆସନ ବଣ୍ଟନ ନେଇ କୌଣସି ସମସ୍ୟା ନାହିଁ । ପୂର୍ବରୁ ମଧ୍ୟ ଏନସିପି କଂଗ୍ରେସ ସହ ମେଣ୍ଟ କରି କେନ୍ଦ୍ର ଏବଂ ରାଜ୍ୟରେ ସରକାର ଗଢିଥିଲା । ଗତ ଲୋକସଭା ନିର୍ବାଚନରେ ଦୁଇ ଦଳ ଅଲଗା ହୋଇଯାଇଥିଲେ । ଏହା ପୂର୍ବରୁ ଶରଦ କହିଥିଲେ ଯେ କେନ୍ଦ୍ରରେ ଶାସନ ପରିବର୍ତ୍ତନ ପାଇଁ ସମୟ ଅନୁକୂଳ ରହିଛି । ଏବେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି । ଗତ ସାକ୍ଷାତକାର ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏନ୍‌ସିପି ସହ ମିଶି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକଟ କରିଥିଲେ । ଏ କ୍ରମରେ ଦୁଇ ଦଳ ମେଣ୍ଟ କରି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଏନ୍‌ସିପି ମୁଖପାତ୍ର କହିଛନ୍ତି ।

Leave A Reply