www.samajalive.in
Tuesday, December 9, 2025
15.1 C
Bhubaneswar

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ

ଭୁବନେଶ୍ବର: କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାରି ଯାଇଛନ୍ତି।

କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ଏବଂ ବିଜେଡିର ସଭାପତି ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଏହି ନିର୍ବାଚନ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୩୨୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଲକ୍ଷ୍ମଣ ବାଗଙ୍କୁ ମୋଟ ୪୪, ୪୨୪ ଖଣ୍ଡ ମିଳିଥିବାବେଳେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ନବୀନ ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓ ତାଙ୍କୁ ୪୧,୧୪୧ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ତାଙ୍କୁ ୧୪,୪୪୭ ଖଣ୍ଡ ଭୋଟ ମିଳିଛି। ସେହିପରି ସିପିଆଇ ପ୍ରାର୍ଥୀ ପ୍ରଣବ ଭୋଇଙ୍କୁ ୭୭୫, ସ୍ବାଧୀନ ପ୍ରାର୍ଥୀ ସୁରଥ ବେହେରାଙ୍କୁ ୬୬୯, ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ପ୍ରାର୍ଥୀ ୬୫୬, ସ୍ବାଧୀନ ପ୍ରାର୍ଥୀ ଧନେଶ୍ବର ମାଝୀ ୬୪୮, ଅଲ ଇଣ୍ଡିଆ ଫରୱାଡ ବ୍ଲକ ଅଭିରାମ ଧାରୁଆ ୬୪୬, ସ୍ବାଧୀନ ପ୍ରାର୍ଥୀ ଶୋହନ ସିପ୍କା ୫୯୫, ସ୍ବାଧୀନ ପ୍ରାର୍ଥୀ କମଲ କୁମାର ଛତ୍ରୀଆ, କୋଶଲ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବେନ୍ଦ୍ର କୁମାର ଜୈନ ୪୩୬ଖଣ୍ଡ ଭୋଟ ମିଳିଥିବାବେଳେ ନୋଟାରେ ୯୩୯ଟି ଭୋଟ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories