ଜାତୀୟ ଲାଇବ୍ରେରିଆନ ଦିବସ ପାଳିତ

ବୁର୍ଲା : ପଦ୍ମଶ୍ରୀ ଡଏସଆର ରଙ୍ଗନାଥନ୍‌‌ଙ୍କ ୧୩୧ତମ ଜନ୍ମବାର୍ଷିକୀକୁ ସ୍ମରଣ କରିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଭୁବନେଶ୍ୱର ବେହେରା କେନ୍ଦ୍ରୀୟ ପାଠାଗାରରେ ଜାତୀୟ ଲାଇବ୍ରେରିଆନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଜାତୀୟ ଶିକ୍ଷା ନିତି ୨୦୨୦ରେ ଏକାଡେମିକ୍‌‌ ଲାଇବ୍ରେରୀ ଗୁଡିକର ଭୂମିକା ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବି.ବି ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସମୁହ ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୂଳସଚିବ ଡ ନୃପରାଜ ସାହୁ ମୁଖ୍ୟ ବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରଫେସର ବୁଲୁ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲାଇବ୍ରେରିଆନ ଡ ନିଳରଞ୍ଜନ ବାରିକ ଏବଂ ପ୍ରଫେସର ବି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିତର୍କ ନାମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବକ୍ତୃତା ସମିତି ଏବଂ ରିଡର୍ସ ଫୋରମ ଉନ୍ମୋଚିତ ହୋଇଥିଲା ଏବଂ ନୂତନ ଡିଜିଟାଲ୍‌‌ ଲାଇବ୍ରେରୀ ଏବଂ ଦୃଷ୍ଟିହୀନ ବିଭାଗ ଉନ୍ମୋଚିତ ହୋଇଥିଲା।

Comments are closed.