www.samajalive.in
Tuesday, December 9, 2025
15.1 C
Bhubaneswar

ମଶରୁମ୍ ପୋହା କଟଲେଟ୍

ଆବଶ୍ୟକ ସାମଗ୍ରୀ :

ଛତୁ – ୨ କପ୍‌

- Advertisement -

ଚୂଡା – ୧/୨ କପ୍

ବିନ୍ସ (କଟା) – ୧/୨ କପ୍

ପିଆଜ (କଟା) – ୧ ଟି

ଗାଜର – ୧/୨ କପ୍

ଅଦା – ଆବଶ୍ୟକ ଅନୁଯାୟୀ

କଞ୍ଚା ଲଙ୍କା – ୧ଟି

ଲଙ୍କା ଗୁଣ୍ଡ – ୧ ଚାମଚ

ଗରମ ମସଲା – ୧ ଚାମଚ

ଚାଟ୍ ମସଲା – ୧ ଚାମଚ

ଆମଚୁର ଗୁଣ୍ଡ – ୧ ଚାମଚ

ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ

ପାଉରୁଟି ଗଣ୍ଡ – ୨କପ୍

ଲୁଣ – ସ୍ବାଦ ଅନୁସାରେ

ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଚୂଡାକୁ କିଛି ସମୟ ବତୁରାଇ ଦିଅନ୍ତୁ। ତାପରେ ତାକୁ ଭଲ ଭାବେ ଚିପୁଡି ପାଣି ବାହାର କରି ଦିଅନ୍ତୁ। ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କାଟିଥିବା ପିଆଜକୁ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ତାପରେ ସେଥିରେ କଞ୍ଚା ଲଙ୍କା, ଅଦା, ଗାଜର, ବିନ୍ସ ପକାଇ ୨ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ସବୁ ପରିବା ଭଲ ଭାବେ ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ତାପରେ ଛତୁକୁ କାଟି ଦିଅନ୍ତୁ। ଗ୍ରାଇଣ୍ଡରରେ ଛତୁ, ଲଙ୍କା ଗୁଣ୍ଡ, ଗରମ ମସଲା, ଚାଟ ମସଲା, ଆମଚର ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦେଇ ଅଳ୍ପ ପେଷି ଦିଅନ୍ତୁ। ତାପରେ ମିଶ୍ରଣକୁ ନେଇ ଛୋଟ ଛୋଟ ବଲ ଆକୃତିର କରି ଅଳ୍ପ ଚେପଟା କରି ଦିଅନ୍ତୁ। ତାପରେ ବଲ ଗୁଡିକ ପାଉରୁଟି ଗୁଣ୍ଡରେ ବୁଡାଇ ଦିଅନ୍ତୁ। କଡେଇରେ ତେଲ ଗରମ କରି ତାହାକୁ ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଶରୁମ୍ ପୋହା କଟଲେଟ୍।

 

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories