ଗରମରେ ମଶାଙ୍କୁ ସାବଧାନ ! ଝାଳ ଦୁର୍ଗନ୍ଧରେ ମଶା ହୁଅନ୍ତି ଆକର୍ଷିତ

0

ଗରମରେ ମଶାଙ୍କ ପ୍ରକୋପ ସାଧାରଣତଃ କମିଥାଏ ହେଲେ ସମସ୍ତଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ ଲୋକେ ଅନ୍ୟ ଋତୁ ତୁଳନାରେ ଅଧିକ ସଚେତନ ରହିବା ଉଚିତ। ବିଭିନ୍ନ ପ୍ରକାର ଗବେଷଣା ହେବା ପରେ ଏହି ତଥ୍ୟ ପ୍ରକାଶିତ ହୋଇଛି।

prayash

ଗରମଦିନେ ଝାଳ ଅଧିକ ପରିମାଣରେ ବାହାରିଥାଏ। ଏହି ଝାଳ ଦୁର୍ଗନ୍ଧରେ ମଶାଗୁଡ଼ିକ ଆକର୍ଷିତ ହୋଇ କାମୁଡ଼ିଥାନ୍ତି। ଏହା ସହ ଓ’, ଏ’ ଓ ବି ଗ୍ରୁପର ଲୋକଙ୍କୁ ମଧ୍ୟ ମଶା ଅନ୍ୟଙ୍କ ତୁଳନାରେ ଅଧିକ କାମୁଡ଼ୁଥିବାର ବିଶେଷଜ୍ଞଙ୍କ ପରୀକ୍ଷାରୁ ପ୍ରକାଶ।

ଗର୍ଭବତୀମାନେ ଖରାଦିନରେ ଅଧିକ ସଚେତନ ରହିବା ଆବଶ୍ୟକ। କାରଣ ଏହି ଋତୁରେ ମଶା ସେମାନଙ୍କ ନିକଟକୁ ଆକର୍ଷିତ ହୋଇ କାମୁଡ଼ୁଥିବାର ଜଣାପଡ଼ିଛି।

Leave A Reply