ଏହି ସବୁ ଜିନିଷ ମନିପର୍ସରେ ରଖନ୍ତୁ ନାହିଁ !
ବାସ୍ତୁଶାସ୍ତ୍ରକୁ ଆଜିର ସମୟରେ ପ୍ରତ୍ୟେକ ବର୍ଗର ଲୋକେ ମାନି ଚଳୁଥିବାର ଦେଖାଯାଉଛି। ସେହିଭଳି ଫେଙ୍ଗଶୁଇର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁ ବିଦ୍ୟାର ନିୟମ ଅନୁସାରେ ମନିପର୍ସରେ ଯଥା ଜିନିଷ ରଖିବା ଉଚିତ। ନଚେତ୍ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ନିଶ୍ଚିତ।
ପର୍ସରେ କେବେହେଲେ ଚିରା ନୋଟ୍ ରଖନ୍ତୁନାହିଁ। ନୋଟ୍ ଯେତେ ପୁରୁଣା ହେଲେ ଚଳିବ, କିନ୍ତୁ ତାହା ଚିରା ହେଲେ ହିଁ ଆର୍ଥିକ ଅସୁବିଧା ଦେଖାଦେଉଥିବାର ବାସ୍ତୁବିତଙ୍କ ମତ।
ପୁରୁଣା ବିଲ୍କୁ ଅଧିକାଂଶ ଲୋକେ ପର୍ସରେ ରଖିବାରେ ଅଭ୍ୟସ୍ତ। ଏଥିରୁ ମଧ୍ୟ ନିଜକୁ ନିବୃତ୍ତ ରଖନ୍ତୁ। ପୁରୁଣା ବିଲ୍ ଆଦି ଜରୁରୀ ସାମଗ୍ରୀକୁ ଫାଇଲରେ କିମ୍ବା ଆଲମାରିରେ ରଖିବା ସବୁଠୁ ନିରାପଦ।
ମୃତ ପରିଜନଙ୍କ ଫଟୋ ମଧ୍ୟ ପର୍ସରେ ରଖନ୍ତୁନାହିଁ। ଏହା ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଜଣାପଡ଼ିଛି।
ବ୍ଲେଡ୍, ଛୋଟ କଇଁଚି ମଧ୍ୟ କେତେଜଣ ନିଜ ପର୍ସରେ ରଖନ୍ତି। ଏସବୁ କାରଣରୁ ମଧ୍ୟ ଖରାପ ପରିସ୍ଥିତି ଉପୁଜିବାର ଆଶଙ୍କା ଅଛି।
କେବଳ ଟଙ୍କା, ପଇସା ବ୍ୟତୀତ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ମେକଅପ୍ ସାମଗ୍ରୀ ଆଦି ହିଁ ମନିପର୍ସରେ ରଖିବା ଆବଶ୍ୟକ।