www.samajalive.in
Sunday, December 7, 2025
13.1 C
Bhubaneswar

ଛେଳିଗଡ଼ରେ ତହସିଲଦାର ଓ ପୁଲିସ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ଓ ଏସପିଙ୍କୁ ଦାବିପତ୍ର

ମୋହନା: ରା, ଉଦୟଗିରି ଥାନା ଅନ୍ତର୍ଗତ ଛେଲିଗଡ ଗ୍ରାମରେ ଗତ ୦୭/୦୫ରେ ତହସିଲଦାର ଓ ପୁଲିସ ମିଳିତଭାବେ ବିବାହ ଭୋଜି ବନ୍ଦ କରିବାକୁ ଯାଇଥିବାବେଳେ ଆତର୍କିତ ଭାବେ କିଛି ଖଳ ପ୍ରକୃତିର ଲୋକେ ଆକ୍ରମଣ କରିଥିବା ଘଟଣାକୁ ନିନ୍ଦା କରିବା ସହ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲା ସୁରକ୍ଷା ନାଗରିକ ମଞ୍ଚ ପକ୍ଷରୁ ଦାବି ହୋଇଛି। ପ୍ରଥମ କରୋନା ମହାମାରୀ ସମୟ ଠାରୁ ଧାର୍ମିକ ଅନୁଷ୍ଠାନ ବନ୍ଦ କରିବା ସହ ଜାନିଯାତ୍ରା , ରଥଯାତ୍ରା. ଶିବରାତ୍ରି, ହୋଲି , ଦୀପାବଳୀ, ଦଶହରା , ବଡ଼ଦିନ ଆଦି କାର୍ଯ୍ୟକ୍ରମକୁ କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଏହା ସହ ଜିଲ୍ଲା ପ୍ରସାଶନ ଦ୍ଵାରା କରୋନା କଟକଣା ମଧ୍ୟରେ ଗୋଷାଣୀ ବ୍ଳକର ଭିନଳା, ଯାଜପୁର ଓ ମୋହନା ବ୍ଳକର ମାଣିକପୁର,ନାଦିଗୁମା ମନ୍ଦିର ପ୍ରତିଷ୍ଠାରେ ୧୪୪ ଧାରା ଜାରୀ କରିଥିଲେ। ଯାହାଫଳରେ ପ୍ରତିଷ୍ଠା ଉତ୍ସବ ବନ୍ଦ ରହିଥିଲା। ବର୍ତ୍ତମାନ ଦ୍ୱିତୀୟ ଲହରୀ ମହାମାରୀରେ ସମଗ୍ର ଦେଶରେ ଅନେକ ମୂଲ୍ୟବାନ ଜୀବନ ଲୋକେ ହରାଇଛନ୍ତି।

 

ଏହାକୁ ଆଖି ଆଗରେ ରଖି ସରକାର ବିବାହ, ବ୍ରତ, ମଲାକାର୍ଯ୍ୟ ଭଳି ଅନେକ ଶୁଭ ଓ ଅଶୁଭ କାର୍ଯ୍ୟରେ ପ୍ରଶାସନ କଟକଣା ଜାରୀ କରିଛନ୍ତି। ଏହି ମହାମାରୀକୁ ରୋକିବା ପାଇଁ ରାତି ଦିନ ଏକ କରି ପ୍ରଶାସନ ଲୋକଙ୍କୁ ସୁରକ୍ଷା  ଦେଉଥିବାବେଳେ ସେମାନଙ୍କ ଉପରେ ବାରମ୍ଵାର ଆକ୍ରମଣ ଘଟଣାକୁ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରୁନାହିଁ ନା ଏହାରି ପଛରେ ରାଜନୈତିକ ପ୍ରତିନିଧିଙ୍କ ଲମ୍ବା ହାତ ରହିଛି କି  ? ଯାହା ଫଳରେ ପ୍ରଶାସନ ବାହ୍ୟ ଶକ୍ତିର ଚାପ ଯୋଗୁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ଵ ଘଟୁଛି ଏଣୁ ତୁରନ୍ତ ଦୋଷୀ ପ୍ରତି ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ନାଗରିକ ସୁରକ୍ଷା ମଞ୍ଚ ଦାବି କରିଛି। ଅଳ୍ପ ଦିନ ମଧ୍ୟରେ ଯଦି ଦୋଷୀ ମାନଙ୍କୁ ଗିରଫ କରାନଯାଏ ତେବେ ମଞ୍ଚ ତଥା ଜିଲ୍ଲାର ଜନସାଧାରଣ ପ୍ରଶାସନ ବିରୋଧରେ ସ୍ଵର ଉତ୍ତୋଳନ କରିବାକୁ ବାଧ୍ଯ ହେବେ ବୋଲି ମଞ୍ଚର କର୍ମକର୍ତା ସୁଦିପ କୁମାର ହରିଚନ୍ଦନ, ବୀରଭାସ୍କର ପାଇକ, ନରେନ୍ଦ୍ର କ୍ରମାର ଜାନୀ, ଗଣେଶ ଦଳାଇ, ଦାଶରଥି ମଣ୍ଡଳ , ସରୋଜ ମଳିକ, ପ୍ରଶାନ୍ତ କୁମାର ସୁବୃଦ୍ଧି, ବାପୁନି ସୁଆର ପ୍ରମୁଖ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories