ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ରୋକିବା ପାଇଁ ସମ୍ବଲପୁର ଜିଲାରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର 

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ଏହାର ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ୍ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା କରୁଅଛି । ଯାହାର ସମ୍ପ୍ରତି ଉଦାହରଣ, କେବୁଲ ଫଲ୍ଟ ଲୋକେଟର୍ (ଉୠଖ) ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଚାରପଡା ଠାରେ ରେଲୁୱେ ଟ୍ରାକ ତଳେ ଯାଇଥିବା ସମ୍ବଲପୁର-ଝାରସୁଗୁଡା ଅଣ୍ଡରଗ୍ରାଉଣ୍ଡ ୩୩ କେ.ଭି. ବିଦ୍ୟୁତ୍ ତାରରେ ଥିବା ତ୍ରୁଟିର ସଠିକ୍ ସ୍ଥାନ ନିରୂପଣ କରିବା ।

ଉଲ୍ଲେଖଯୋଗ୍ୟ ଯେ, କଟରବଗା ଫିଡରରୁ ସଂଯୋଗ ହୋଇଥିବା ଏହି ଅଣ୍ଡରଗ୍ରାଉଣ୍ଡ୍ ୩୩ କେ.ଭି. ବିଦ୍ୟୁତ୍ ତାର ଦ୍ୱାରା ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ କଟରବଗା, ଟାମ୍ପରକେଲା, ପ୍ରଧାନପାଲି, ଗୁଲମାଲ, ବାସୁପାଲି, ଝାଙ୍କରପାଲି ଏବଂ ଚାରୋଟି ଶିଳ୍ପ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକମାନଙ୍କୁ ବିଦ୍ୟୁତ୍ ଯୋଗାଣ ହୋଇଥାଏ । ଯଦି ଏହି ତ୍ରୁଟିର ସମାଧାନ ହୋଇନଥାନ୍ତା, ତେବେ ସେହି ଅଞ୍ଚଳରେ ବିଦ୍ୟୁତ୍ ସେବାରେ ବ୍ୟାଘାତ ଘଟିଥାନ୍ତା ।

prayash

ମାତ୍ର ଟିପିଡବ୍ଲୁଓଡିଏଲର ଏସଟିଏସ ଟିମ୍ ଆଡ଼ଭାନ୍ସ କେବୁଲ ଫଲ୍ଟ ଲୋକେଟର୍ ଟେକ୍ନୋଲୋଜିର ବ୍ୟବହାର କରି ଏହି ୩୩ କେ.ଭି. ଲାଇନରେ ତ୍ରୁଟିର ସଠିକ୍ ସ୍ଥାନ ଚିହ୍ନଟ କରିବା ସହିତ ମାତ୍ର ୮ ଘଣ୍ଟା ମଧ୍ୟରେ ଏହି ତ୍ରୁଟି ସମାଧାନ କରିପାରିଛି । ଯଦି ତ୍ରୁଟି ଚିହ୍ନଟ ପ୍ରକ୍ରିୟା ପାଇଁ ପାରମ୍ପାରିକ ଉପାୟ ଅବଲମ୍ବଲ କରାଯାଇଥାନ୍ତା, ତେବେ ଏହି ତୃଟିର ସମାଧାନ ପାଇଁ ପାଖାପାଖି ୧୫ ରୁ ୨୦ ଦିନ ସମୟ ଲାଗିଥାନ୍ତା ।

କାରଣ ଉକ୍ତ ପ୍ରଭାବିତ ଅଞ୍ଚଳଗୁଡିକକୁ ବିଦ୍ୟୁତ୍ ଯୋଗାଣର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ସେହିପରି ତ୍ରୁଟି ଚିହ୍ନଟ ପ୍ରକ୍ରିୟା ପାଇଁ ପାରମ୍ପାରିକ ଉପାୟରେ ପ୍ରାୟ ୧୦୦ ମିଟର ଲମ୍ବା ପର୍ୟ୍ୟନ୍ତ ଟନେଲ ଖୋଳିବା ପାଇଁ ପଡିଥାନ୍ତା । ମାତ୍ର ଏହି ଆଡ଼ଭାନ୍ସ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ମାତ୍ର ୬.୪ କିଲୋମିଟର ଟନେଲ ଖୋଳାଯାଇ ତ୍ରୁଟି ସମାଧାନ କରାଯାଇପାରିଛି । ରେଳବାଇ ଲାଇନ୍ ନିକଟରେ ମରାମତି କାର୍ୟ୍ୟ କରିବାକୁ ତୁରନ୍ତ ଅନୁମତି ପ୍ରଦାନ କରିଥିବାରୁ ଟିପିଡବ୍ଲୁଓଡିଏଲ୍ ତରଫରୁ ରେଳବାଇକୁ ଧନ୍ୟବାଦ ଦିଆଯାଇଛି ବୋଲି ଟିପିଡବ୍ଲୁଓଡିଏଲ୍ ତରଫରୁ ସୂଚନା ଦିୟା ଯାଇଛି ।

Comments are closed.