www.samajalive.in
Tuesday, December 9, 2025
23.1 C
Bhubaneswar

ମୋଦୀଙ୍କୁ ସାକ୍ଷାତ କରି ସେଲଫି ନେଲେ ବଲିଉଡ ଷ୍ଟାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ତାଙ୍କ ସହ ସେଲଫି ନେଇଛନ୍ତି ବଲିଉଡର ଅନେକ ଷ୍ଟାର।
ଖବରଅନୁସାରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ କଳାକାରମାନଙ୍କର ଏକ ବୈଠକ ଡାକାଇଥିଲେ। ଯେଉଁଥିରେ ବଲିଉଡର ଯୁବ କଳାକାର ମାନେ ଯୋଗ ଦେଇଥଇଲେ। ଚଳଚ୍ଚିତ୍ର ଦ୍ୱାରା ଭାରତୀୟ ସମାଜ,ସଂସ୍କୃତି ଓ ପରମ୍ପରା ଉପରେ ପଡୁଥିବା ପ୍ରଭାବ ଉପରେ ଚର୍ଚ୍ଚା ପାଇଁ ଏହି ବୈଠକ ଡକାଯାଇଥିଲା। କଳାକାର ମାନଙ୍କର ସମାଜ ପାଇଁ କଣ କର୍ତ୍ତବ୍ୟ ରହିଛି ଏହି ବୈଠକର ଆଭିମୁଖ୍ୟ ଥିଲା। ଏହି ବୈଠକରେ ରଣବୀର ସିଂହ, ରଣବୀର କପୁର, ଆଲିୟା ଭଟ୍ଟ ଏବଂ ବରୁଣ ଧାବନଙ୍କ ଭଳି କଳାକାର ଉପସ୍ଥିତ ଥିଲେ।
ଖବରଅନୁସାରେ ଏହା ପୂର୍ବରୁ ମଧ୍ୟ ମୁମ୍ବାଇର ରାଜଭବନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ ଷ୍ଟାର ମାନଙ୍କ ସହ ଏକ ବୈଠକ କରିଥିଲେ। ମୁମ୍ବଇରେ ଆୟୋଜିତ ହୋଇଥିବା ବୈଠକରେ କେବଳ ପୁରୁଷ କଳାକାର ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମହିଳା କଳାକାର ମାନଙ୍କୁ ଡକା ନଯିବାରୁ ସାମାଜିକ ଗଣମାଧ୍ୟମରେ ଏହା ଏକ ଚର୍ଚ୍ଚାର ବିଷୟ ପଲୋଟିଥିଲା। ତେବେ ଏହି ବୈଠକରେ ବଲିଉଡର ବଡ ବଡ ଷ୍ଟାର, ନିର୍ମାତା ନିର୍ଦେଶକ ଅଜୟ ଦେବଗନ, ଅକ୍ଷୟ କୁମାର, କରଣ ଜୋହର, ରାକେଶ ରୋଶନ, ସିର୍ଦ୍ଧାଥ ରାୟ କପୁର, ସିବିଏଫସି ଅଧ୍ୟକ୍ଷ ପ୍ରଶୁନ୍ନ ଯୋଶୀ, ଟି-ସିରିଜର ଭୂଷଣ କୁମାର ଉପସ୍ଥିତ ଥିଲେ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories