ମୁଁ ମୋଦୀଙ୍କୁ ଗୁଳି କରିବି !

0

ଗାଜିଆବାଦ : ସାମାଜିକ ଗଣମାଧ୍ୟମ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁଳି କରି ହତ୍ୟା କରିବା ଧମକ ଆସିଛି। ଏ ନେଇ ଗାଜିଆବାଦର ଲୋନି ବିଜେପି ବିଧାୟକ ନନ୍ଦ କିଶୋର ଗୁଜ୍ଜର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଜଣକ ନାମ ନଦୀମ୍‍ ଖାନ। ବିଧାୟକ ନନ୍ଦ କିଶୋର ଗୁଜ୍ଜରଙ୍କ ଫେସବୁକ ପୋଷ୍ଟରେ ଅଭିଯୁକ୍ତ ନଦୀମ୍‍ ଖାନ କମେଣ୍ଟ କରି ଲେଖିଥିଲେ ଯେ, ସେ ମୋଦୀଙ୍କୁ ଗୁଳି କରି ହତ୍ୟା କରିବେ। ଏହା ବ୍ୟତୀତ ସେ ପରବର୍ତ୍ତୀ କମେଣ୍ଟରେ ଲେଖିଥିଲେ ‘ପାକିସ୍ତାନ ଜିନ୍ଦାବାଦ’।
ଏହାକୁ ନେଇ ବିଧାୟକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ବିଧାୟକ ନନ୍ଦକିଶୋର ଗୁଜ୍ଜର ସାଇକେଲ ଚଲାଉଥିବା ଦୁଇଟି ଫଟୋ ଓ ଭିଡିଓ ସେୟାର କରି ସୁପ୍ରଭାତ ବୋଲି ଲେଖିଥିଲେ।

Leave A Reply