ମେକ୍ସିକୋ-ଆମେରିକା ସୀମାରୁ ୨୦ଟି ମୃତଦେହ ଉଦ୍ଧାର

0

ମେକ୍ସିକୋ : ମେକ୍ସିକୋ- ଆମେରିକା ସୀମା ନିକଟରୁ ବୁଧବାର ୨୦ଟି ମୃତଦେହ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ପ୍ରାୟ ୧୭ଟି ଶବ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଥିବାବେଳେ ୫ଟି ପୋଡ଼ା ଗାଡ଼ି ମିଳିଛି ବୋଲି ଆମେରିକା ସୀମା ସଂଲଗ୍ନ ମେକ୍ସିକୋ ନୁଇଭୋ-ଲାରେଦୋ ସହରର ଜଣେ ଅଧିକାରୀ କହିଛନ୍ତି। ପ୍ରକାଶଯୋଗ୍ୟ ଯେ ନୁଇଭୋ-ଲାରେଦୋ ସହରର ମୁଗୁଏଲ ଆଲେମାନ ଅଞ୍ଚଳ ଗ୍ୟାଙ୍ଗୱାର ପାଇଁ କୁଖ୍ୟାତ। ମେକ୍ସିକୋର ଏହା ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା। ଡ୍ରଗ୍ସ, ମାନ ଚାଲଣ ଭଳି ଅନେକ ଅପାରଧୀପୂର୍ଣ୍ଣ କାର୍ଯ୍ୟ ଏହି ସହରରେ ହୁଏ। ତେଣୁ ଏହି ସବୁ ମୃତଦେହ କେଉଁ ଏକ ଗ୍ୟାଙ୍ଗର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Leave A Reply