‘ଧାରା ୩୭୦ ଉଚ୍ଛେଦ ହେଲେ ଭାରତ ସହ ଜାମ୍ମୁ-କାଶ୍ମୀରର ସମ୍ପର୍କ ତୁଟିବ’ : ମେହବୁବା ମୁଫତି

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ନେଇ କେନ୍ଦ୍ର ସରକାର ଯୋଜନା କରୁଥିବାବେଳେ ପିଡିପି ମୁଖ୍ୟ ମେହବୁବା ମୁଫତି ଏ ନେଇ କଡା ଚେତାବନୀ ଦେଇଛନ୍ତି। ଶନିବାର ମେହବୁବା କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ହେଲେ ଭାରତ ସହିତ ଜାମ୍ମୁ-କାଶ୍ମୀରର କୌଣସି ସମ୍ପର୍କ ରହିବ ନାହିଁ। ଧାରା ୩୭୦କୁ ଉଚ୍ଛେଦ ସପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିକଟରେ ମତ ଦେଇଥିଲେ। ଜେଟଲୀଙ୍କ ମତକୁ ସମାଲୋଚନା କରି ମେହବୁବା କହିଛନ୍ତି ଯେ ଏହି ଧାରାକୁ ଉଚ୍ଛେଦ କରିବା ସହଜ ନୁହେଁ। ଏହି ଧାରା କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମ୍ପର୍କର ସେତୁ। ଯଦି ଏହାକୁ ଉଚ୍ଛେଦ କରାଯାଏ ତେବେ ନୂଆଦିଲ୍ଲୀକୁ ଜାମ୍ମୁ-କାଶ୍ମୀର ସହିତ ପୁନର୍ବାର ବୁଝାମଣା କରିବାକୁ ହେବ ବୋଲି ସେ କହିଛନ୍ତି।

Leave A Reply