www.samajalive.in
Sunday, December 7, 2025
14.1 C
Bhubaneswar

ଟଙ୍କା ପାଇଁ ମୃତ ମାଆକୁ ବର୍ଷେ ଯାଏ ଜୀବନ୍ତ ରଖିଲା ପୁଅ

ନୂଆଦିଲ୍ଲୀ : ଟଙ୍କା ଲୋଭରେ ମାଆର ଶବକୁ ପୁଅ ବର୍ଷେ ପର୍ଯ୍ୟନ୍ତ ଘରେ ଲୁଚାଇ ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁଣିବାକୁ ଘଟଣାଟି ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ଏହା ସତ।

ସୂଚନା ଅନୁସାରେ, ସ୍ପେନ୍‍ ର ଜଣେ ୬୨ ବର୍ଷିୟ ପୁଅ ନିଜ ମୃତ ମାଆର ଶବକୁ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ନିଜ ଘରେ ଲୁଚାଇ ରଖିଥିଲା। ଯଦ୍ୱାରା ସେ ମାଆର ପେନସନ୍‍ ଟଙ୍କା ପାଇପାରିବ ଓ ବେରୋଜଗାରୀ ପୁଅ ନିଜ ଖର୍ଚ୍ଚ ମେଣ୍ଟାଇ ପାରିବ। ଏ ବିଷୟରେ ଖବର ପାଇ ପୁଲିସ ମାଆର ଗଳିତ ଶବକୁ ଜବତ କରି ଅଭିଯୁକ୍ତ ପୁଅକୁ ଜାଲିଆତି ମାମଲାରେ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

- Advertisement -

ସ୍ପେନ୍‍ ପୁଲିସର କହିବା ଅନୁସାରେ, ମୃତ ମହିଳାଙ୍କ ବୟସ ପ୍ରାୟ ୯୨ବର୍ଷ ହେବ। ମୃତଦେହଟି ସମ୍ପୂର୍ଣ୍ଣ ଷଢି ଯାଇଥିଲା। ତେଣୁ ଏଥିରୁ ବାହାରୁଥିବା ଦୁର୍ଗନ୍ଧ ଆଖପାଖ ଲୋକଙ୍କ ଘରକୁ ବ୍ୟାପିଯାଇଥିଲା। ଦୁର୍ଗନ୍ଧ ଦିନକୁ ଦିନ ବୃଦ୍ଧି ପାଇବାରୁ ସେଠାକାର ଲୋକେ ଅତିଷ୍ଟ ହୋଇ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ସେଠାରେ ପହଞ୍ଚି ସେହି ବ୍ୟକ୍ତିଙ୍କ ଘରେ ଚଢାଉ କରିଥିଲେ ଓ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଥିଲେ। ତେବେ ମହିଳାଙ୍କ ମୃତ୍ୟୁ କେବେ ଓ କିପରି ହୋଇଛି ଏନେଇ ତଦନ୍ତ ଜାରି ରହିଛି।

ପୁଲିସ ପଚରାଉଚରା କରିବା ପରେ ଅଭିଯୁକ୍ତ ପୁଅ କହିଛି, ମାଆର ମୃତ୍ୟୁର ଖବର ମୁଁ ଲୁଚାଇ ରଖିଥିଲି ଓ ତା’ର ପେନସନ୍‍ ଟଙ୍କାରେ ମୋର ଖର୍ଚ୍ଚ ମେଣ୍ଟାଉଥିଲି। ମୃତଦେହକୁ ପ୍ରାୟ ଏକବର୍ଷ ପୁରୁଣା ବୋଲି ପୁଲିସ ଅନୁମାନ କରିଛି। ତେବେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories