ଆଜି ମାଲେସିଆରେ ନିର୍ବାଚନ

0

ମୁଆଲାଲମ୍ବୁର : ମାଲେସିଆରେ ବୁଧବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନାଜିବ ରଜାକ ତୃତୀୟ ଥର ଲାଗି କ୍ଷମତାକୁ ଆସିବା ନିମନ୍ତେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କିନ୍ତୁ ନାଜିବ ଇତିମଧ୍ୟରେ ଏକ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବାରୁ ତାଙ୍କ ରାଜନୈତିକ ଭାବମୂର୍ତ୍ତି ମଳିନ ପଡ଼ିଛି ଓ ସେ କ୍ଷମତାକୁ ଫେରିବା ନେଇ ଆଶଙ୍କା ରହିଛି। ସରକାରଙ୍କ ଦ୍ୱାରା ପରିଚାଳିତ ମାଲେସିଆ ଉନ୍ନୟନ ବେରହାଡ ପାଣ୍ଠିରୁ ୪.୫ ବିଲିୟନ ଡଲାର ଆତ୍ମସାତ୍‌ ଅଭିଯୋଗ ହୋଇଥିଲା। ପରେ ନାଜିବଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣ ଅର୍ଥ ରହିଥିବା ଘଟଣା ପଦାକୁ ଆସିଥିଲା। କିନ୍ତୁ ନାଜିବ ଦୁର୍ନୀତି ଅଭିଯୋଗକୁ ଅସ୍ୱୀକାର କରିଥିଲେ। ଦୁର୍ନୀତି ଅଭିଯୋଗ କାରଣରୁ ନାଜିବଙ୍କ ରାଜନୈତିକ ଗୁରୁ ମହାଥିର ମହମ୍ମଦ ତାଙ୍କଠାରୁ ଦୂରେଇ ଯାଇ ବିରୋଧୀ ଦଳ ସହିତ ହାତ ମିଳାଇଛନ୍ତି।

Leave A Reply