www.samajalive.in
Sunday, December 7, 2025
18.1 C
Bhubaneswar

ବ୍ରହ୍ମୋସ କ୍ଷେପଣାସ୍ତ୍ର ୟୁନିଟରୁ ଆଇଏସ୍‍ଆଇ ଏଜେଣ୍ଟ ଗିରଫ

ନୂଆଦିଲ୍ଲୀ : ନାଗପୁରସ୍ଥିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ୟୁନିଟରେ କାର୍ଯ୍ୟକରୁଥିବା ଜଣେ ଆଇଏସ୍‍ଆଇ ଏଜେଣ୍ଟକୁ ସୋମବାର ଗିରଫ କରାଯାଇଛି। ଗିରଫ ଆଇଏସ୍‍ଆଇ ଏଜେଣ୍ଟଙ୍କ ନାମ ନିଶାନ୍ତ ଅଗ୍ରୱାଲ ଓ ସେ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ)ର ଜଣେ ବୈଜ୍ଞାନିକ ବୋଲି କୁହାଯାଉଛି। ନିଶାନ୍ତ ବ୍ରହ୍ମୋସ କ୍ଷେପଣାସ୍ତ୍ର ସମ୍ବନ୍ଧିତ ବୈଷୟିକ ଜ୍ଞାନ ଏବଂ ଅନ୍ୟ ଗୋପନୀୟ ତଥ୍ୟ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସ୍‍ଆଇ) ଓ ଆମେରିକାକୁ ଦେଉଥିଲେ ବୋଲି ସନ୍ଦେହ କରାଯାଉଛି। ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧ ଦଳ ସହ ଭାରତୀୟ ସେନାର ଗୁଇନ୍ଦା ଅଧିକାରୀଙ୍କ ମିଳିତ କାର୍ଯ୍ୟାନୁଷ୍ଠାନରେ ନିଶାନ୍ତଙ୍କୁ ଗିରଫ କରାଯାଇଛି। ତାଙ୍କୁ ଏବେ ପଚରାଉଚୁରା କରାଯାଉଛି। ସେ ଏପର୍ଯ୍ୟନ୍ତ ଆଇଏସ୍‍ଆଇକୁ କେଉଁ କେଉଁ ସୂଚନା ପ୍ରଦାନ କରିଛନ୍ତି ଓ କିଭଳି ଆଇଏସ୍‍ଆଇ ସହ ତାର ଲିଙ୍କ୍‍ ହେଲା ତାହା ଜାଣିବାକୁ ଚେଷ୍ଟା ଜାରି ରହିଛି। ଅଫିସିଆଲ ସିକ୍ରେଟ୍‍ ଆଇନ୍‍ ଆଧାରରେ ନିଶାନ୍ତଙ୍କୁ ଗିରଫ କରାଯାଇଛି। ଉଲ୍ଲେଖ ଯେ ନିଶାନ୍ତଙ୍କୁ ୨୦୧୭-୧୮ରେ ଯୁବ ବିଜ୍ଞାନୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ରବିବାର ରାତିରୁ ତାଙ୍କୁ ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧ ଦଳ (ଏଟିଏସ୍‍) ଟ୍ରାକ୍‍ କରିଥିଲା। ସବୁ କିଛି ଜାଣିବା ପରେ ସୋମବାର ଦିନ ଆଉ ଏକ ସଂସ୍ଥା ସହ ମିଶି ନିଶାନ୍ତଙ୍କୁ ଗିରଫ କରାଯାଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories