www.samajalive.in
Monday, December 8, 2025
14.1 C
Bhubaneswar

‘ସ୍ଥାୟୀ ସରକାର’କୁ ପ୍ରସଙ୍ଗ କରିବ ବିଜେପି

ନୂଆଦିଲ୍ଲୀ : ବିଜେପି ବିରୋଧୀ ମେଣ୍ଟ କ୍ରମଶଃ ମଜବୁତ କରିବା ଦିଗରେ ବିରୋଧୀ ଦଳଗୁଡିକ ଯୋରଦାର ଉଦ୍ୟମ ଚଳାଇଥିବା ବେଳେ ବିଜେପି ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ନିଜର ରଣନୀତି ଆପାତତଃ ଚୂଡାନ୍ତ କରିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରକୁ ପୁନଃ କ୍ଷମତାକୁ ଆଣିବା ନିମନ୍ତେ ଦଳ ଏଥର ‘ସ୍ଥାୟୀ ସରକାର’କୁ ପ୍ରସଙ୍ଗ କରିବ। ଆଗାମୀ ସାଧାରଣ ନିର୍ବାଚନରେ ସ୍ଥାୟୀ ଏବଂ ଅସ୍ଥାୟୀ ସରକାର ପ୍ରସଙ୍ଗକୁ ନେଇ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବିଜେପି ଜାତୀୟ କାର୍ଯ୍ୟକାରୀଣି ବୈଠକରେ ଏ ସମ୍ବନ୍ଧରେ ଏକ ରାଜନୈତିକ ସଂକଳ୍ପନାମା ଗୃହୀତ ହୋଇଥିବା ଜଣାଯାଏ। ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପି ନେତୃତ୍ବାଧୀନ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି; କିନ୍ତୁ ଅତ୍ୟାଧୁନିକ ଯୁଦ୍ଧ ବିମାନ କ୍ରୟ ଲାଗି ହୋଇଥିବା ଏହି କାରବାର ଦୁର୍ନୀତିମୁକ୍ତ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅନ୍ୟପଟେ ପୂର୍ବତନ କଂଗ୍ରେସ ସରକାର ସମୟରେ ହୋଇଥିବା ଅଗୁସ୍ତା ୱେଷ୍ଟଲାଣ୍ଡ କାରବାର ସମ୍ବନ୍ଧୀୟ ଦୁର୍ନୀତିର ତଦନ୍ତରେ ଅଗ୍ରଗତି ହୋଇଛିି। ଏପରିକି ପ୍ରତ୍ୟର୍ପିତ ମଧ୍ୟସ୍ଥ କ୍ରିଷ୍ଟିୟାନା ମିସେଲଙ୍କ ବୟାନ ଲାଞ୍ଚ କାରବାର ମାମଲାରେ ବିରୋଧୀ ଦଳର ସମ୍ପୃକ୍ତି ଆଡକୁ ସଙ୍କେତ ପ୍ରଦାନ କରିଛି। ଏଭଳିସ୍ଥିତିରେ ଆଗାମୀ ଲୋକସଭା ନିର୍ବାଚନରେ ସତ୍ୟନିଷ୍ଠତା ଏବଂ ଅସାଧୁତାକୁ ପ୍ରସଙ୍ଗ କରାଯିବ। ଏକ ଦୁର୍ବଳ ସରକାର ପରିବ​‌େ​‌ର୍ତ୍ତ ସୁଦୃଢ ସରକାର ଚୟନ କରିବାକୁ ଭୋଟରଙ୍କୁ ନିବେଦନ କରାଯିବ ବୋଲି ବିଜେପି କହିଛି। ଏହି ସଂକଳ୍ପନାମା ସମ୍ବନ୍ଧରେ ସୂଚନା ଦେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ନବେ ଦଶକ​‌ ଏବଂ ୨୦୧୯ର ଭାରତ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ନବେ ଦଶକରେ ​‌ଭାରତର କୌଣସି ପ୍ରଧାନମନ୍ତ୍ରୀ ଏକ ବର୍ଷରୁ ଅଧିକ ସମୟ ଦାୟିତ୍ବରେ ରହି ପାରୁ ନ ଥିଲେ। ଏବେ କିନ୍ତୁ ପରିସ୍ଥିତିରେ ପରିବର୍ତ୍ତନ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରତ୍ୟେକ କ୍ଷେତ୍ରରେ ହୋଇଥିବା ବିକାଶ ପ୍ରସଙ୍ଗକୁ ଏହି ସଙ୍କଳ୍ପନାମାରେ ବ୍ୟାଖ୍ୟା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories