www.samajalive.in
Sunday, December 7, 2025
14.1 C
Bhubaneswar

ମମତାଙ୍କୁ ଭେଟିଲେ କମଲ ହାସନ, ଟିଏମସି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

କଲକାତା : ଟିଏମ୍‍ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୋମବାର ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ହାୱଡ଼ାର ନବନ୍ନାରେ କମଲ ଓ ମମତାଙ୍କ ସାକ୍ଷାତ ଆଲୋଚନା ହୋଇଥିଲା। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ବିରୋଧରେ ତୃତୀୟ ସାମୁଖ୍ୟ ଗଠନର ନେତୃତ୍ୱ ନେଉଥିବା ମମତାଙ୍କ ସହ କମଲଙ୍କ ସାକ୍ଷାତକାରକୁ ନେଇ ରାଜନୈତିକ କରିଡ଼ରରେ ଚର୍ଚ୍ଚା ହେଉଛି। ସାକ୍ଷାତ ଆଲୋଚନା ପରେ କମଲ କହିଛନ୍ତି ଯେ ଆଣ୍ଡାମାନରେ ଟିଏମ୍‍ସି ସହ ଆମ ଦଳର ମେଣ୍ଟକୁ ନେଇ ଖୁସୀ ଓ ଗର୍ବ ଅନୁଭବ କରୁଛି। ଆଗକୁ ସମ୍ପର୍କ ଅଧିକ ମଜଭୁତ ହେବ ବୋଲି ଆଶା କରୁଛି। ଆଣ୍ଡାମାନରେ ଟିଏମ୍‍ସି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ବୋଲି କମଲ ହାସନ ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ମମତା ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମହାମେଣ୍ଟ ଗଠନ ପାଇଁ ଚେଷ୍ଟା ଚଳାଇଛନ୍ତି। ବିଜେପି ବିରୋଧରେ ସେ କଲକାତାରେ ଏକ ବିଶାଳ ର‍୍ୟାଲି କରିଥିଲେ। ଏଥର ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବ ବୋଲି କୁହାଯାଉଛି।
କମଲ ହାସନ ରାଜନୀତିରେ ପ୍ରବେଶ କରିବା ପରେ ୨୦୧୪ରେ ନିଜର ଏମଏନଏମ ଦଳ ଗଠନ କରିଥିଲେ। ପ୍ରାରମ୍ଭରେ ସେ ବିଜେପି ଏବଂ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ସମୟ ଗଡ଼ିବା ସହ ସେ ବିଜେପି ବିରୋଧୀ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଏବେ ସେ ବିଜେପି ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories