ନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ: ୪ ଗୁରୁତର, ଲକ ଥାନା ପୁଲିସ ମୁତୟନ
ପାରାଦ୍ବୀପ: ପାରାଦ୍ବୀପରେ ଟଙ୍କା ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି ହୋଇଥିବାବେଳେ ଉଭୟପକ୍ଷର ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଅଠରବାଙ୍କୀ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଟଙ୍କା ବଣ୍ଟାକୁ ନେଇ ଭୂତମୁଣ୍ଡାଇ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି।
ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛନ୍ତି। ଫଳରେ ଏହି ଗାଁରେ ଉତ୍ତେଜନା ଜାରି ରହିଛି। ଖବରପାଇ ଲକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ସେଠାରେ ଶାନ୍ତିଶୃଙ୍ଖଳା ପାଇଁ ଲକ ଥାନା ପୁଲିସ ମୁତୟନ ହୋଇଛନ୍ତି। ନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି। କାର୍ଯ୍ୟାନୁଷ୍ଠାନ ଦାବିରେ ଲକ ଥାନା ଆଗରେ ଲୋକଙ୍କ ହୋହଲ୍ଲା କରିଛନ୍ତି। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।
Comments are closed.