ଏହି ୭ଟି ଜିନିଷ ଦାନକରିବା ଅନୁଚିତ, ଘଟିପାରେ ଅଘଟଣ

0

ମଣିଷ ନିଜର ଅନେକ ଗୁଡିଏ ସମସ୍ୟାକୁ ଦୂର କରିବା ପାଇଁ ପୂଜା ପାଠ ,ବ୍ରତ, ଭଗବାନ ଦର୍ଶନ, ଗଙ୍ଗା ସ୍ନାନ ଏବଂ ଦାନ ଧର୍ମ ଆଦି କରିଥାଏ। ଏଗୁଡିକ ମଧ୍ୟରୁ ଦାନର ବିଶେଷ ମହତ୍ୱ ରହିଛି। ଶାସ୍ତ୍ର ଅନୁସାରେ ଦାନ କରିବା ଦ୍ୱାରା କୁଣ୍ଡଳୀ ଦୋଷ ଦୂର ହୋଇଥାଏ। କିନ୍ତୁ ବେଳେ ବେଳେ ମଣିଷ ଭୁଲବଶତଃ ଏମିତି କିଛି ଜିନିଷ ଦାନ କରିଦିଏ ଯାହାକୁ ଦାନକରିବା ଅଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ଅଛି ଯାହା ଦାନ କରିବା ଅଶୁଭ ବୋଲି କୁହାଯାଏ। ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବା ଅନୁଚିତ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝାଡୁ ମାଁ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ ,ତେଣୁ ଝାଡୁ କେବେହେଲେ ଦାନ କରିବେ ନାହିଁ। ଏହା କରିବା ଅଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି। କୁହାଯାଏ ଝାଡୁ ଦାନ କରିବା ଦ୍ୱାରା ମାଆ ଲକ୍ଷ୍ମୀ ରାଗି ଯାଇଥାନ୍ତି ଏବଂ ବେପାର ବାଣିଜ୍ୟରେ ଅନେକ କ୍ଷତି ହୋଇଥାଏ।

ଶାସ୍ତ୍ରରେ କଂସା ବାସନ ଦାନ କରିବା ଅଶୁଭ ବୋଲି କୁହାଯାଇଛି। ଷ୍ଟିଲ ନିର୍ମିତ ବାସନ ଦାନ କରିବା ଦ୍ୱାରା ଘରେ ଶୁଖ ଶାନ୍ତି ନଷ୍ଟ ହୋଇଯାଇଥାଏ।

ତେଲ ଦାନକରିବା ଦ୍ୱାରା ଶନି ଦେବତାଙ୍କର ଆଶୀର୍ବାଦ ମିଳିଥାଏ ମାତ୍ର ଖରାପ କିମ୍ବା ବ୍ୟବହାର ହୋଇଥିବା ତେଲ ଦାନ କରିବା ଅନୁଚିତ ଏହା କରିବା ଦ୍ୱାରା ଶନିଦେବତା କ୍ରୋଧ କରିଥାନ୍ତିି।

prayash

ଦୁଃଖି ଦରିଦ୍ର ମାନଙ୍କୁ ଖାଇବାକୁ ଦେବା ସବୁଠାରୁ ବଡ ପୁଣ୍ୟ କାମ ଅଟେ, କିନ୍ତୁୁ ବାସି ଖାଦ୍ୟ ବା ଭୋଜନ ଦାନ କରିବା ଅଶୁଭ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରାଯାଏ। ଏହା କରିବା ଦ୍ୱାରା ଘରେ ବାଦ-ବିବାଦ ସୃ୍‍ଷ୍ଟି ହୋଇଥାଏ।

ଆଜିକାଲି ଘର ମାନଙ୍କରେ ପ୍ଲାଷ୍ଟିକ ନିର୍ମିତ ଅନେକ ଜିନିଷ ବ୍ୟବହାର କରାଯାଉଛି, କିନ୍ତୁ ଭୁଲବଶତଃ ମଧ୍ୟ ପ୍ଲାଷ୍ଟିକ ଦାନ କରିବେ ନାହିଁ। କାରଣ ଏହା କରିବା ଦ୍ୱାରା ଘରର ଉନ୍ନତିରେ ବାଧା ଉପୁଜିଥାଏ।

ପୁରୁଣା କିମ୍ବା ଚିରି ଯାଇଥିବା କପଡା ଦାନ କରିବା ଅଶୁଭ ବୋଲି ବିଶ୍ୱାସ କରାଯାଏ। ଏହା କରିବା ଦ୍ୱାରା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିଯାଇ ପାରନ୍ତି ଏବଂ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି। ସେଥିପାଇଁ ଭୁଲବଶତଃ ମଧ୍ୟ କାହାକୁ ଚିରା ଫଟା କପଡା ଦାନ କରିବେ ନାହିଁ।

ଧାର ଥିବା ଛୁରି ମଧ୍ୟ ଦାନ କରିବା ଅନୁଚିତ। ଏହା କରିବା ଦ୍ୱାରା ଶୁଖ ଶାନ୍ତି କମିଯିବାର ଦେଖାଯାଏ। ଘରର ସଦସ୍ୟ ମାନଙ୍କ ଭିତରେ ମନୋମାଳିନ୍ୟ ହେବାର ଦେଖାଯାଏ।

kalyan agarbati
Leave A Reply