www.samajalive.in
Sunday, December 7, 2025
14.1 C
Bhubaneswar

ବେହେରା ପୋଲରେ ଓଲଟିଲା କୋଇଲା ବୋଝେଇ ଟ୍ରକ

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଡେଥ୍ ଜୋନ କୁହାଯାଉଥିବା କିଡିଙ୍ଗ ନିକଟସ୍ଥ ବେହେରା ପୋଲରେ ଭାରସାମ୍ୟ ହରାଇ ଏକ କୋଇଲା ବୋଝେଇ ଟ୍ରକ ଓଲଟି ପଡିଛି। ବେହେରାପୋଲରେ ଥିବା ବୁଲାଣି ଭାରୀଯାନଗୁଡ଼ିକ ପାଇଁ ମରଣଯନ୍ତା ପାଲଟିଥିବାବେଳେ ଅଧିକାଂଶ ସମୟରେ ଏହି ପୋଲ ଓ ବୁଲାଣିରେ ଦୁର୍ଘଟଣା ଘଟୁଛି। ରବିବାର ଅପରାହ୍ନରେ ଛତିଶଗଡରୁ କୋଇଲା ବୋଝେଇ କରି ବିଶାଖାପାଟଣା ଯାଉଥିବା ଏକ ଟ୍ରକ ବୁଲାଣି ଯୋଗୁଁଁ ଭାରସାମ୍ୟ ହରାଇ ଓଲଟିପଡିଛି। ଏଥିରେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଖବର ପାଇ ସିକେରକୁପା ପୁଲିସ ପକ୍ଷରୁ ଫାଣ୍ଡି ଅଧିକାରୀ ମୀନକେତନ ଶବର, ପୁଲିସ କର୍ମଚାରୀ ଗୋକୁଳ ସାହୁ, ବିଶ୍ୱନାଥ ମହଲା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories