www.samajalive.in
Friday, December 12, 2025
14.1 C
Bhubaneswar

ପଦ୍ମାବତୀ ରାଣୀଙ୍କ ଧନେଷ୍ଟି ଓଷା, ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ

ଲାଞ୍ଜିଗଡ: ମୃତ୍ୟୁ ଭୟରେ ମ୍ରିୟମାଣ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପୁତନାକୁ ପଠାଇବା ପରେ ସେଠାରେ ପୁତନାର ମୃତ୍ୟୁ ଘଟିଛି। ଦୂତଠାରୁ ଏହି ସମ୍ବାଦ ପାଇବା ପରେ କଂସ ମନରେ ଆହୁରି ଭୟ ଜାତ ହୋଇଛି। ତେବେ ନିଜକୁ ଆପ୍ରାଣ ରକ୍ଷା କରିବାକୁ କଂସ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ମନ୍ତ୍ରଣା କରି ହଳାହଳ ବିଷରେ ପରିପୂର୍ଣ୍ଣ କାଳୀୟ ନାଗକୁ ଗୋପପୁର ପ୍ରେରଣ କରିଛନ୍ତି।
ଲୀଳାମୟ ଶ୍ରୀକୃଷ୍ଣ ଯମୁନା ନଦୀରେ ଗୋପବାଳକଙ୍କ ସହିତ କ୍ରୀଡ଼ା ଛଳରେ କାଳୀୟର ଗର୍ବ ଗଞ୍ଜନ କରିଛନ୍ତି। ଶ୍ରୀକୃଷ୍ଣଙ୍କ ଅବତାର ବିଷୟରେ ଜାଣିପାରି ଅନୁତପ୍ତ କାଳୀୟ ଯମୁନା ଛାଡି ପଳାଇଯିବାକୁ ଉଦ୍ୟତ ହୋଇଛି। ସେହିପରି ନିଜ ଉପରେ ଘନେଇ ଆସୁଥିବା ବିପଦକୁ ନେଇ ମହାରାଜ କଂସ ଅତିମାତ୍ରାରେ ହତାଶ ହୋଇପଡିଥିବାବେଳେ ତାଙ୍କ ଦୁଃଖକୁ ଭୁଲାଇବାକୁ ପାତ୍ରମନ୍ତ୍ରୀ, ରାଜ ପାରିଷଦଗଣ ରାଜ ଦରବାରରେ ନୃତ୍ୟ ଗୀତର ଆୟୋଜନ କରିଛନ୍ତି।
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିବସରେ ମହାରାଜ କଂସଙ୍କ ସମେତ ଅନ୍ୟ କଳାକାରମାନଙ୍କ ଅଭିନୟ ବେଶ ଉପଭୋଗ୍ୟ ହୋଇଥିଲା । ଏହି ଅବସରରେ କଂସ ଦରବାରରେ ରାଜଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ବିଜେପି ମଣ୍ଡଳ ସଭାପତି ଶୁକ୍ରୁ ମାଝୀ, ନିରଞ୍ଜନ ବିଭାର, ବିଜେପି ନେତା ତୋଫାନ ସୁନାନୀ ପ୍ରମୁଖ ଯୋଗଦେଇଥିଲେ। ମହାରାଜ କଂସ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀ, ଜରାସନ୍ଧ ଭାବେ ଧନେଶ୍ବର ବାଗ, ସେନାପତି ଭାବେ ଲୋକେଶ ରଞ୍ଜନ ସୁନାନୀ, ଦେବର୍ଷି ନାରଦ ଭାବେ ତରଣୀସେନ ବାରିକ ଓ ଅନ୍ୟ କଳାକାରଙ୍କ ଅଭିନୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା।
ଯୁବ ଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତ ପ୍ରଧାନୀ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନା, ଧବଳେଶ୍ଵର ଠେଲା, ବନମାଳୀ ଦଳେଇ, ଉପେନ୍ଦ୍ର ସାହୁ, ପ୍ରମୋଦ ଗୋୟଲ, ଲିଲୁ ଦେହୁରୀଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଚତୁର୍ଥ ଦିନରେ ବାହୁବଳୀ ତପସ୍ୟା ଗଣନାଟ୍ୟ ପ୍ରଦର୍ଶିତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories