କଂଗ୍ରେସର ପଦଯାତ୍ରା ଓ ବିଶାଳ ସମାବେଶ: କଂଗ୍ରେସରେ ଯୋଗଦେଲେ ବିଜେଡି ଓ ବିଜେପିର ଶତାଧିକ କର୍ମି
ଲାଞ୍ଜିଗଡ: ରାଜ୍ୟରେ ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଯଦିଓ ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ, କିନ୍ତୁ ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପାଗ ଭିଡା ଆରମ୍ଭ ହୋଇ ଯାଇଛି। ବିଜେଡିର ଜନସଂପର୍କ ପଦଯାତ୍ରା ଓ ବିଜେପିର ଗାଁକୁ ଚାଲ କାର୍ଯ୍ୟକ୍ରମ ଜାରି ରହିଥିବା କଂଗ୍ରେସ ବି ପଦଯାତ୍ରା କରି ଲୋକପ୍ରିୟତା ହାସଲ ପାଇଁ ପ୍ରୟାସ ଜାରି ରଖିଛି। ଆଜି ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ସମେତ ପଦଯାତ୍ରା ଆୟୋଜନ କରିବାରେ ଲାଗିଛି । ଏହି ପରିପ୍ରକ୍ଷୀରେ କଳାହାଣ୍ଡି ଜିଲା କଂଗ୍ରେସ ପକ୍ଷରୁ କଂଗ୍ରେସର ବିଶାଳ ଶୋଭାଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ତଥା ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀଙ୍କ ନେତୃତ୍ୱରେ ଆଜି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଠାରୁ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଯୋଗଦେଇଥିଲେ। ଏହି ପଦଯାତ୍ରା ରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଜୟପାଟଣା,ଥୁଆମୂଳ ରାମପୁର, ଭବାନୀପାଟଣା ଓ ଲାଞ୍ଜିଗଡ ଅଞ୍ଚଳର ହଜାର ହଜାର କର୍ମି ଓ ଜନସାଧାରଣ ଦୀର୍ଘ ୬ କିଲୋମଟର ପଦଯାତ୍ରାରେ ଆସି ଚମ୍ପାଦେଇପୁର ଠାରେ ଆସି ପହଞ୍ଚିବା ପରେ ସେଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଦେଶରେ ମୋଦୀ ସରକାର ସମସ୍ତ ବିଭାଗକୁ ଘରୋଇ କରଣ ଓ ଦେଶରେ ଦରବୃଦ୍ଧିକୁ ବିରୋଧ କରିବା ସହ ରାଜ୍ୟରେ ଥିବା ବିଜେଡି ସରକାର ସରକାର ବିରୋଧରେ ବକ୍ତବ୍ୟ ରଖିଥିଲେ।
ଆଜିର ଏହି ସମାବେଶରେ କଳାହାଣ୍ଡି ଜିଲା ସଭାପତି ଭାରତଭୂଷଣ ବେମାଲ, ରାଜ୍ୟ କଂଗ୍ରେସ ଆଦିବାସୀସେଲ ଉପସଭାପତି ପରମାନନ୍ଦ ମାଝୀ, ଲାଞ୍ଜିଗଡ଼ ବ୍ଲକ ସଭାପତି ବିଜୟ ନାଏକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହେବ, ହରିହର କୁମାର, ରାଜେନ୍ଦ୍ର ମାଳି, ଶିଶିର ପୁଝାରୀ, ପ୍ରଦୀପ ମାଝୀ, ଥୁଆମୁଳରାମପୁରର ମହିଳା କଂଗ୍ରେସ ସମ୍ପାଦିକା ଦ୍ରୋଓପଦି ମାଝୀ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଉଦ୍ଧବ ମାଝୀ, ସରୋଜ ବାଗ, ଯଶୋବନ୍ତ ବେହେରା, ଭଗବାନ ମାଝୀ, ବୁଡୁ ପଟେଲ, ତାରେଶ୍ୱର ସାହୁ, ପଠାଣି ସାମନ୍ତ ନାଗ, ପୁରୁଷୋତ୍ତମ ଦଣ୍ଡସେନା, ଗୋପାଳ ଚନ୍ଦ୍ର ଦାସ ପ୍ରମୁଖ ୨୬ ଗୋଟି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଆଜିର ଏହି ସମାବେଶରେ ମାଳିଯୁବାଙ୍ଗ, କର୍ଲାମୁଣ୍ଡା ଓ ବିଶ୍ୱନାଥପୁର ପଞ୍ଚାୟତର ଶତାଧିକ ବିଜେଡି ଓ ବିଜେପି କର୍ମି ସାମିଲ ହୋଇଥିଲେ। ଏହି ସମାବେଶକୁ ବିଜୟ ନାଏକ ପରିଚାଳନା କରିଥିବା ବେଳେ ହରିହର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.