କୋକସରାରେ କାଳବୈଶାଖୀ ରଚିଲା ତାଣ୍ଡବଲୀଳା : ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ

ଲଡୁଗାଁ:ରବିବାର ଅପରାହ୍ନରେ କଳାହାଣ୍ଡି ଜିଲା କୋକସରା ପଟ୍ଟନାୟକ ପଡା ଅଙ୍ଗନୱାଡ଼ି କେନ୍ଦ୍ର ନିକଟେ  କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ପ୍ରାୟ ଅପରାହ୍ନ ୩ ଟା ରୁ ୫.୩୦ ମଧ୍ୟରେ ପ୍ରବଳ  ଘଡଘଡି ସହିତ ବର୍ଷା ଓ ପବନ ହୋଇଥିଲା। ଏତେ ଜୋରରେ ପବନ ବହିଥିଲା ଯେ, ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହିତ ଗଛ  ଭାଙ୍ଗି ଘର ଉପରେ ପଡିଛି। କାଳବୈଶାଖି ପ୍ରଭାବରେ ସେହି ସ୍ଥାନର ସିମେଣ୍ଟ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି।  ପଟ୍ଟନାୟକ ପଡ଼ା ଅଙ୍ଗନୱାଡି କେନ୍ଦ୍ର ପାଖରେ ଥିବା ଜନୈକ ବ୍ୟକ୍ତିଙ୍କ ନୀଳଗିରି ଗଛ ଉପୁଡ଼ି ଯାଇ ତାଙ୍କ ଘରେ ପଡ଼ି ଯାଇଥିଲା । ସୌଭାଗ୍ୟ ବଶତଃ ଘରେ କେହି ରହୁ ନ ଥିବାରୁ ସମସ୍ତେ  ବର୍ତ୍ତି ଯାଇଥିଲେ।  ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ଯୋଗୁଁ  ଅଙ୍ଗନୱାଡି କେନ୍ଦ୍ର ସମେତ ଆଖପାଖ ଘରକୁ ସଂଯୋଗ ହୋଇଥିବା ୧୧ କେଭି  ବିଦ୍ୟୁତ ସଂଯୋଗରେ ବିଭ୍ରାଟ ସୃଷ୍ଟି ହୋଇଥିଲା । ଖୁଣ୍ଟ ଭାଙ୍ଗିଯିବାରୁ  ବିଦ୍ୟୁତ ତାର ଗୁଡିକ  ତଳେ ପଡି ଯାଇଛି । ତେବେ ଦୀର୍ଘ ଦୁଇ ଘଣ୍ଟା ଧରି କାଳବୈଶାଖୀର ଏହି ତାଣ୍ଡବ ଲୀଳା ଦେଖି ଲୋକମାନେ ଭୟଭୀତ ହୋଇପଡିଥିଲେ ।
prayash
ପ୍ରକାଶ ଯେ ପଟ୍ଟନାୟକ ପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଯିବା ବାଟରେ ସେହି ବ୍ୟକ୍ତିଙ୍କ ଏହିଭଳି ଅନେଗୁଡ଼ିଏ ବିରାଟକାୟ  ଗଛ ତା ସହ ସେହି ଗଛ ତଳେ  ଅନେକ ଗୁଡିଏ ଘର ରହିଛି ଯାହାକି ସବୁବେଳେ ଭୟଭୀତ ହୋଇ ରହୁଛନ୍ତି । କହୁଛନ୍ତି ମୁଣ୍ଡ ଉପରେ ଗଛ ନୁହଁ ବିପଦ ରହିଛି ,   ଆଗକୁ ଯଦି ସେହିଭଳି  କାଳବୈଶାଖୀ ତାଣ୍ଡବ ରଚିବ  କେତେବେଳେ ଯେ ଏହି ବିରାଟ ଗଛ ଘର ଉପରେ ପଡ଼ି ଧନ ଜୀବନ ହାନି ହେବ କହି ହେବ ନାହିଁ । ପଞ୍ଚାୟତ ପକ୍ଷରୁ ଘର ମାଲିକ ସହିତ  କଥା ହୋଇ ଏହାର  ସମାଧାନ କରିବା ପାଇଁ ସେଠାକାର ଲୋକେ ଦାବି କରିଛନ୍ତି ।  ତେବେ କୋକସରା ସହର ସମେତ  ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ନଥିବାରୁ ଅନ୍ଧାର ରାଜୁତି କରୁଥିବାବେଳେ   କେତେବେଳେ ବିଜୁଳି ସଂଯୋଗ କରାଯିବ ତାହାକୁ ନେଇ ଅଞ୍ଚଳବାସୀ  ଆଶା ଆଶଙ୍କାରେ ରହିଛନ୍ତି ।

Comments are closed.