କୃଷି ଋଣ ଛାଡ ପାଇଁ କେନ୍ଦ୍ରର ସହଯୋଗ ଲୋଡିଲେ କୁମାରସ୍ୱାମୀ

0

ନୂଆଦିଲ୍ଲୀ : କୃଷି ଋଣ ଛାଡ ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଏବେ କେନ୍ଦ୍ର ସରକାରଙ୍କ ନିକଟରେ ଶରଣ ପଶିଛନ୍ତି। ରବିବାର କୁମାରସ୍ୱାମୀ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ କର୍ଣ୍ଣାଟକ କୃଷକଙ୍କ ଋଣ ଛାଡ ପାଇଁ ୫୦% ସହାୟତା ଦିଅ। ନିତି ଆୟୋଗର ବୈଠକରେ କୁମାରସ୍ୱାମୀ କହିଛନ୍ତି ଯେ ରାଜ୍ୟର ୮୫ଲକ୍ଷ କୃଷକଙ୍କ ଋଣ ବ୍ୟାଙ୍କରେ ବକେୟା ରହିଛି। ନିୟମିତ ମରୁଡି ଯୋଗୁଁ କୃଷକମାନେ ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି। କୃଷକଙ୍କ ଏହି ବକେୟା ଋଣ ଛାଡ ପୂର୍ବକ ସେମାନଙ୍କୁ ସହଯୋଗ ପାଇଁ ତାଙ୍କ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କୁମାରସ୍ୱାମୀ କହିଛନ୍ତି; ମାତ୍ର ଏହି ଋଣ ଛାଡ ଦିଗରେ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ। ଗତ ବିଧାନସଭା ନିର୍ବାଚନ ସମୟରେ କୁମାରସ୍ୱାମୀଙ୍କ ଦଳ ଜେଡିଏସ୍‍ କୃଷକଙ୍କ ଋଣ ଛାଡ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏପରି କି ଜେଡିଏସ୍‍ କ୍ଷମତାକୁ ଆସିଲେ ୨୪ଘଣ୍ଟା ମଧ୍ୟରେ କୃଷକଙ୍କ ଋଣ ଛାଡ ଘୋଷଣା କରିବ ବୋଲି ଦଳ ଏହା ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ତେବେ କଂଗ୍ରେସ ସହଯୋଗରେ ସରକାର ଗଠନ କରିଥିବା ଜେଡିଏସ୍‍ ଏହି ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି। ଏହାକୁ ନେଇ ବିରୋଧୀ କୃଷକ ସଂଗଠନଗୁଡିକ ସରକାର ଉପରେ ଚାପ ପକାଇଛନ୍ତି।

Leave A Reply