କୋରାପୁଟ ଲୋକସଭା ମଣ୍ଡଳୀରେ ବିଜେଡି ମୂଳପୋଛ, ପାହାଡ଼ି ମୁଲକରେ ପ୍ରଥମ ଥର ପଦ୍ମ ଫୁଟିଲା

ଲକ୍ଷ୍ମୀପୁର: କୋରାପୁଟ ଲୋକସଭା କ୍ଷେତ୍ରରେ ଥିବା ସମସ୍ତ ୭ ଗୋଟି ଆସନରୁ ବିଜୁଜନତା ଦଳ(ବିଜେଡି) ମୂଳପୋଛ ହୋଇ ଯାଇଥିବା ଜଣାପଡ଼ିଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ କୋରାପୁଟ ଜିଲାରେ ଥିବା ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀମାନେ ଜୟ ଯୁକ୍ତ ୩ ଟିରେ ବିଜୟୀ ହୋଇଥିବା ବେଳେ ପ୍ରଥମ କରି ବିଜେପି ଖାତା ଖୋଲି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ବାଜିମାତ୍ କରିଛି । କଂଗ୍ରେସ ଜୟପୁର ଓ ଲକ୍ଷ୍ମୀପୁର ଆସନକୁ ହାତେଇ ଥିବା ବେଳେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ବିଜେପି ପ୍ରାର୍ଥୀ ଜୟ ଯୁକ୍ତ ହୋଇଛନ୍ତି ।

prayash

ଲକ୍ଷ୍ମୀପୁରରେ କଂଗ୍ରେସର ପବିତ୍ର ସାଉନ୍ତା ଜିତିଥିବା ବେଳେ, ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରେ ରାମଚନ୍ଦ୍ର କାଡାମ ଓ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ତାରା ପ୍ରସାଦ ବାହିନୀପତି ବିଜୟ ଲାଭ କରିଛନ୍ତି । ସେହିପରି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ବିଜେପି ଅକ୍ତିଆର କରିଛି । ଏଠାରୁ ବିଜେପି ପ୍ରାର୍ଥୀ ରଘୁରାମ ମାଛ ଜିତିଛନ୍ତି । ସେହିପରି ରାୟଗଡା ଜିଲାରେ ଥିବା ୩ ଟି ଆସନ ଯାହା ବିଜେଡି ହାତରେ ଥିଲା ତାହା ଖସିଯାଇଛି ।

ଏହି ଜିଲାରେ ଥିବା ବିଷମକଟକ ଆସନରେ ନୀଳ ମାଧବ ହିକକା ଜିତିଥିବା ବେଳେ ଗୁଣୁପୁର ଆସନରେ କଂଗ୍ରେସର ସତ୍ୟଜିତ୍ ଗମାଙ୍ଗ ଓ ରାୟଗଡା ଆସନରେ କଂଗ୍ରେସର ଆପଲ ସ୍ବାମୀ କାର୍ଡାକା ବିଜୟୀ ହୋଇଛନ୍ତି । ତେବେ କୋରାପୁଟ ଲୋକସଭା କ୍ଷେତ୍ରରେ ସାତଟି ଆସନରୁ ଗତ ନିର୍ବାଚନରେ କଂଗ୍ରେସର ତାରାପ୍ରସାଦ ବାହିନୀ କେବଳ ଜୟପୁର ଆସନରୁ ଜିତିଥିବା ବେଳେ ଅନ୍ୟ ୫ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ଜିତିଥିଲେ। ସେହିପରି ରାୟଗଡା ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜୟ ଲାଭ କରିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ବିଜେଡି ମୂଳପୋଛ ହୋଇ ଯାଇଥିବା ବେଳେ କଂଗ୍ରେସ ଅଧିକ ୫ଟି ଆସନ ଜିତି ୬ରେ ପହଞ୍ଚି ଥିଲା ବେଳେ ବିଜେପି ପ୍ରଥମ ଥର କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜିମାତ୍ କରି ଖାତା ଖୋଲିବାରେ ସକ୍ଷମ ହୋଇଛି ।

Comments are closed.