www.samajalive.in
Sunday, December 7, 2025
26.1 C
Bhubaneswar

ସ୍ବାମୀଙ୍କ ଆତ୍ମହତ୍ୟା ପରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା ଦେଖିବାକୁ ମଳିଛି। ସ୍ବାମୀଙ୍କ ଆତ୍ମହତ୍ୟା ପରେ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ପୁଲିସ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଛି। ଡୁମୁଡୁମା ରଘୁନାଥ ନଗରରେ ଏହି  ଘଟଣା ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଡୁଡୁଡୁମା ଅଞ୍ଚଳରେ ଥିବା ରଘୁନାଥ ନଗରରେ ପ୍ରଥମେ ସ୍ବାମୀ ଆତ୍ମହତ୍ୟା କରିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଥିଲା। ତେବେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଭାବେ ଉଦ୍ଧାର ପରେ ସ୍ତ୍ରୀକୁ ଚିକିତ୍ସା ପାଇଁ ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସ୍ବାମୀ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ପାରିବାରିକ କଳହରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପ୍ରଥମିକ ତଦନ୍ତରୁ ପୁଲିସ ସନ୍ଦେହ କରିଛି। ଅପରପକ୍ଷରେ ସ୍ବାମୀର ମୃତଦେହକୁ ଖଣ୍ଡଗିରି ପୁଲିସ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories