www.samajalive.in
Tuesday, December 9, 2025
16.1 C
Bhubaneswar

ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଘରୋଇକରଣକୁ ତୀବ୍ର ବିରୋଧ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ କେନ୍ଦୁଝରକୁ ସରକାର ପିପିପି ମୋଡରେ ଘରୋଇକରଣ ନିମନ୍ତେ ଆରମ୍ଭ କରିଥିବା ଉଦ୍ୟମକୁ ବିରୋଧ କରି ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଜିଇସି ବଞ୍ଚାଅ ଆବାହକ ସୁନେଶ ଧିର, କଂଗ୍ରେସ ଜିଲା ସଭାପତି ମୋହନ ପରିଡା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଦିଲ୍ଲୀପ କୁମାର ସାହୁ, ସୁଢଳ ସେଠୀ, ବିଜେପି ନେତା ଦିଲ୍ଲୀପ ପଣ୍ଡା, ବିଜେଡି ନେତା ଦେବୁ ପଟ୍ଟନାୟକ, ଆମଆଦମୀ ନେତା ମେଘନାଥ ମାଝୀ, ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ମନସୁର ଆଲାମ, ଯୁବ ନେତା ବିଶ୍ୱନାଥ ବାରିକଙ୍କ ନେତୃତ୍ୱରେ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ସ୍ଥାନୀୟ କାଳୀପଡିଆରୁ ଏକ ଶୋଭାଯାତ୍ରାରେ ଆସି ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଘରୋଇକରଣକୁ ବିରୋଧ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

- Advertisement -

ଉନ୍ନତମାନର ଭିତ୍ତିଭୂମି ସହ ଏକ ସମ୍ପୂର୍ଣ୍ଣ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନକୁ ପିପିପି ମୋଡରେ ପରିଚାଳିତ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କାହା ସ୍ୱାର୍ଥରେ ବୋଲି ଜିଇସି ବଞ୍ଚାଅ ଆବାହକ ସୁନେଶ ଧୀର ପ୍ରଶ୍ନ କରିଛନ୍ତି। ଏଥିସହ ପିପିପି ମୋଡରେ ମହାବିଦ୍ୟାଳୟ ପରିଚାଳନାକୁ ପ୍ରକାଶିତ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଛାତ୍ର ଅଶାନ୍ତି ଉଗ୍ର ରୂପ ଧାରଣ କରିବ ଏବଂ ଏଥିପାଇଁ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ପିସିସି ସାଧାରଣ ସମ୍ପାଦକ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories