www.samajalive.in
Monday, December 8, 2025
14.1 C
Bhubaneswar

ତୀର୍ଥ ଯାତ୍ରାରେ ଗଲେ ୧୭୦ଜଣ ବରିଷ୍ଠ ନାଗରିକ 

କେନ୍ଦୁଝରଗଡ଼ : ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଜିଲାର ୧୭୦ଜଣ ଗୁରୁବାର ଓଂକାରେଶ୍ୱର ଓ ମହାକାଳେଶ୍ୱର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାନୁସାରେ ଗୁରୁବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲାପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ଓ ଡେପୁଟି କଲେକ୍ଟର ଫିରୋଜ ଖାନ ପତାକା ହଲାଇ ତୀର୍ଥ ଯାତ୍ରା ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ତୀର୍ଥ ଯାତ୍ରାରେ ସାମିଲ ଜିଲାର ୧୭୦ଜଣ ବରିଷ୍ଠ ନାଗରିକଙ୍କ ଯାତ୍ରା ଆନନ୍ଦଦାୟକ ଓ ଶୁଭମୟ ହେଉ ବୋଲି ଅତିଥିଗଣ କାମନା କରିଥିଲେ। ଆର୍ଥୀକ ଦୁର୍ବଳଶ୍ରେଣୀର ବରିଷ୍ଠ ନାଗରିକ ମାନଙ୍କ ତୀର୍ଥ ଯାତ୍ରା ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ତୀର୍ଥ ଯାତ୍ରାରେ ସାମିଲ ବରିଷ୍ଠ ନାଗରିକଗଣ ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ଏହା କହିଛନ୍ତି। ଗୁରୁବାର ଅପରାହ୍ନରେ ୪ଟି ବସ୍‍ ଯୋଗେ ଏହି ବରିଷ୍ଠ ନାଗରିକ ସେମାନଙ୍କ ତୀର୍ଥ ଯାତ୍ରା ଆରମ୍ଭ କରି ବାଲେଶ୍ୱରରେ ପହଞ୍ଚି ରାତ୍ରିକାଳୀନ ବିଶ୍ରାମ କରିବେ। ଶୁକ୍ରବାର ମଧ୍ୟାହ୍ନ ୧୧ଟା ୩୦ମି.ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ ମାଧ୍ୟମରେ ତୀର୍ଥ ଯାତ୍ରାକୁ ଶୁଭାରମ୍ଭ କରିବା ପରେ ଏକ ସ୍ୱତନ୍ତ୍ର ଟ୍ରେନରେ ଏହି ତୀର୍ଥଯାତ୍ରୀ ମାନେ ଓଂକାରେଶ୍ୱର ଓ ମହାକାଳେଶ୍ୱର ଅଭିମୁଖେ ଯାତ୍ରା କରିବେ ଏବଂ ଯାତ୍ରା ସାରି ଆସନ୍ତା ୧୦ ତାରିଖ ରାତିରେ କେନ୍ଦୁଝର ଠାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।

- Advertisement -

ତୀର୍ଥ ଯାତ୍ରାରେ ସାମିଲ ବରିଷ୍ଠ ନାଗରିକଙ୍କ ସୁବ୍ୟବସ୍ଥା ପାଇଁ ସରକାରଙ୍କ ପକ୍ଷରୁ ବୀହିତ ପଦକ୍ଷେପ ଗ୍ରହଣ କରାଯାଇଛି। ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ସରକାରୀ କର୍ମଚାରୀ ଏହି ତୀର୍ଥ ଯାତ୍ରାରେ ସାମିଲ ହୋଇ ବରିଷ୍ଠ ନାଗରିକଙ୍କ ସମସ୍ତ ପ୍ରକାର ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି କୁହାଯାଇଛି। ତୀର୍ଥ ଯାତ୍ରା ପାଇଁ ମୋଟ ୭୧୭ଜଣ ବରିଷ୍ଠ ନାଗରିକ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୭୦ଜଣ ଗୁରୁବାର ଯାତ୍ରାରମ୍ଭ କରିଥିବା ବେଳେ ଆସନ୍ତା ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଆବେଦନକାରୀଙ୍କ ମଧ୍ୟରୁ ଅବଶିଷ୍ଟ ୧୭୫ଜଣ ବରିଷ୍ଠ ନାଗରିକଙ୍କୁ ଆଗ୍ରା ଓ ମଥୁରା ପରିଦର୍ଶନରେ ପଠାଯିବ ବୋଲି ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ଶ୍ରୀ ନାୟକ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories