www.samajalive.in
Sunday, December 7, 2025
13.1 C
Bhubaneswar

ପରଦାକୁ ଆସିଲା ‘କେଦାରନାଥ’ : ଉତ୍ତରାଖଣ୍ଡରେ କଟକଣା ଜାରି

ମୁମ୍ବଇ: ୭ ଡିସେମ୍ବରରେ ମୁକ୍ତିଲାଭ କରିଛି ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କେଦାରନାଥ’। କେବଳ ଗୋଟିଏ ରାଜ୍ୟକୁ ଛାଡି ଅନ୍ୟ ସବୁ ରାଜ୍ୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ‘କେଦାରନାଥ’ ର ପ୍ରଦର୍ଶନ ଉପରେ ଉତ୍ତରାଖଣ୍ଡ ସରକାର କଟକଣା ଜାରି କରିଛନ୍ତି। ଏହି ଚଳଚ୍ଚିତ୍ରରେ ଭଗବାନଙ୍କ ଅପମାନ ସମେତ ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବାର ଅଭିଯୋଗ ରହିଛି। ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ‘କେଦାରନାଥ୍’ ସିନେମାକୁ ରାଜ୍ୟରେ ରିଲିଜ୍ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିଥିଲେ। ଏହାପରେ ଏଭଳି ନିଷ୍ପତ୍ତି ନିଆଯାଇଯାଇଛି। ଏହା ବ୍ୟତୀତ ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷାଲାଗି ଜିଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହି ସିନେମାରେ ସୁଶାନ୍ତ ସିଂହ ରାଜପୁତ ଏବଂ ସାରା ଅଲ୍ଲୀ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ।

- Advertisement -

ତେବେ ‘କେଦାରନାଥ’ରିଲିଜ୍ ହେବା ପୂର୍ବରୁ ମଧ୍ୟ ବିବାଦରେ ଫଶିଥିଲା। ପ୍ରଥମେ ଭାରତୀୟ ଜନତା ପାର୍ଟି ଓ ଏବେ ବିଶ୍ୱ ହିନ୍ଦୁ ପରିଷଧ ‘କେଦାରନାଥ୍’ ଚଳଚ୍ଚିତ୍ରରେ ହିନ୍ଦୁ-ମୁସଲିମ୍ ନାୟକ-ନାୟିକାଙ୍କ ପ୍ରେମ ଦୃଶ୍ୟକୁ ନେଇ ହଙ୍ଗାମା କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦ କାର୍ୟ୍ୟକର୍ତ୍ତାମାନେ ଅଭିଯୋଗ କରିଥିଲେ ଯେ ‘କେଦାରନାଥ୍’ ଫିଲ୍ମରେ ହିନ୍ଦୁମାନଙ୍କର ଆସ୍ଥା ଓ ଧାର୍ମିକ ଭାବନା ଉପରେ କୁଠାରଘାତ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories