www.samajalive.in
Sunday, December 7, 2025
23.1 C
Bhubaneswar

କେବିସି’ରେ ଅମିତାଭଙ୍କ କମ୍ପ୍ୟୁଟରଜୀ ଜ୍ଞାନ ପଛର କାହାଣୀ

ମୁମ୍ବଇ : କୌନ୍ ବନେଗା କରୋଡ଼ପତି କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଆକର୍ଷଣ ହେଲେ ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ କମ୍ପ୍ୟୁଟରଜୀର ପ୍ରଶ୍ନ। କାର୍ଯ୍ୟକ୍ରମ ପ୍ରସାରଣ ବର୍ଷଠାରୁ ଏଇ କମ୍ପ୍ୟୁଟରଜୀ ପ୍ରଶ୍ନ ପଛର ଦାୟିତ୍ବ ନେଇଥିଲେ ଅର୍ଚ୍ଚନା ସିଂ। ବିହାରସ୍ଥିତ ବେଗୁସରାଇର ଝିଅ ହେଉଛନ୍ତି ଅର୍ଚ୍ଚନା। ୧୧ ବର୍ଷ ନିରନ୍ତର ସେ କେବିସିର କଣ୍ଟେଣ୍ଟ ଏଡିଟର୍ ଭାବେ କାମ କରିଛନ୍ତି। ବାପା-ମା’ଙ୍କ ୩ ଝିଅଙ୍କ ମଧ୍ୟରୁ ଅର୍ଚ୍ଚନା ପିଲାଦିନୁ ପାଠପଢ଼ାରେ ବେଶ୍ ଧୂରୀଣା ଥିଲେ। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ପାଇଁ ସେ ମୁମ୍ବଇ ଆସି ଏଠାରେ ପ୍ରଥମେ କେବିସିରେ କାମ କରିବାର ସୁଯୋଗ ପାଇଲେ। ଆରମ୍ଭଦିନରୁ ଅର୍ଚ୍ଚନାଙ୍କ ବିଚକ୍ଷଣ ପ୍ରତିଭା ଦେଖି ପୂରା ୟୁନିଟ୍ ପ୍ରଶଂସା କରିଥିଲା। ପ୍ରଯୋଜକ ଓ ନିର୍ଦେଶକ ମଧ୍ୟ ତାଙ୍କୁ ଖୁବ୍ ଉତ୍ସାହିତ କରୁଥିଲେ। ଦିନ କେଇଟାରେ ଅର୍ଚ୍ଚନାଙ୍କ ଲୋକପ୍ରିୟତା ବଢ଼ିଲା। ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ବ୍ୟକ୍ତିଗତ ଭାବେ ଅନେକ ଥର ଅର୍ଚ୍ଚନାଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। କେବିସିର ସମସ୍ତ ପ୍ରଶ୍ନକୁ ଯଥା ଭାବେ ଖୁବ୍ ଦାୟିତ୍ବର ସହ ଖଞ୍ଜି କମ୍ପ୍ୟୁଟର୍‌ ସ୍କ୍ରିନ୍‌‌ରେ ଦେଖାଇବାର ଦାୟିତ୍ବରେ ଥିଲେ ଅର୍ଚ୍ଚନା। କେବିସିର ସଫଳତା ପରେ ତାଙ୍କୁ ବିଗ୍‌ ବସ୍‌ରେ କଣ୍ଟେଣ୍ଟ ଏଡିଟର୍ ଭାବେ କାମ କରିବାର ସୁଯୋଗ ମିଳିଲା। ସୁଲତାନ୍ ସଲମାନ୍ ଖାନ୍ ମଧ୍ୟ ଅର୍ଚ୍ଚନାଙ୍କ କାର୍ଯ୍ୟକ୍ରମ ନିର୍ବାହରେ ଖୁବ୍ ଖୁସି ହେଲେ। ସଫଳତାର ପାହାଚ ଚଢ଼ୁଥିବା ଏହି ଯୁବତୀ ୨୦୧୪ରେ କୃଷ୍ଣ ମୁରାରୀ ଶର୍ମାଙ୍କୁ ବିବାହ କଲେ। ତେବେ ସ୍ବାମୀ ତାଙ୍କର ୨୦୧୬ରେ ପ୍ରାଣ ହରାଇବା ପରେ ଅର୍ଚ୍ଚନା ମାନସିକ ଅବସାଦଗ୍ରସ୍ତ ହୋଇ ମୁମ୍ବଇ ଛାଡ଼ି ପଳାଇଥିଲେ। ହେଲେ ତାଙ୍କ ସହ କାମ କରିଥିବା ନିର୍ଦେଶକ ଓ ପ୍ରଯୋଜକମାନେ ହିଁ ଶେଷରେ ଅର୍ଚ୍ଚନାଙ୍କୁ ପୁଣି ସ୍ବାଭାବିକ ଅବସ୍ଥାକୁ ଆଣିବାରେ ସଫଳ ହୋଇଛନ୍ତି। ଖୁବ୍ ଶୀଘ୍ର ଅନ୍ୟ ଲୋକପ୍ରିୟ କାର୍ଯ୍ୟକ୍ରମର ଅର୍ଚ୍ଚନା ଡିଜାଇନ୍ କରିବେ ବୋଲି ସ୍ପଷ୍ଟ ହୋଇଛି।

courtesy-linkedln

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories