କାଶ୍ମୀରରେ ପଥର ମାଡ଼ରେ ପର୍ଯ୍ୟଟକ ମୃତ

0

ଶ୍ରୀନଗର : କାଶ୍ମୀରରେ ବିକ୍ଷୋଭକାରୀଙ୍କ ପଥର ମାଡରେ ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ଚେନ୍ନଇର ଥିରୁମଣି (୨୨ବର୍ଷ)। ସୋମବାର ସକାଳ ୧୦ଟା ୩୦ରେ ଥିରୁମଣି ଓ ତାଙ୍କର ସାଥୀମାନେ ଶ୍ରୀନଗର-ଗୁଲମାର୍ଗ ରାସ୍ତାରେ ବସ୍‌ ଯୋଗେ ଯାଉଥିବାବେଳେ ନରବାଲ ଠାରେ ବିକ୍ଷୋଭକାରୀମାନେ ତାଙ୍କ ଗାଡିକୁ ପଥର ମାଡ କରିଥିଲେ। ପଥର ମାଡରେ ଥିରୁମଣି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା।
ରବିବାର ସୋପିଆନାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୫ଜଣ ସାଧାରଣ ଲୋକଙ୍କ ମୃତ୍ୟୁକୁ ନେଇ ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକ ପକ୍ଷରୁ ସୋମବାର କାଶ୍ମୀର ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ସମୟରେ ବିଭିନ୍ନ ହିଂସାକାଣ୍ଡ ଘଟିଥିଲା। ସେହିପରି ପୁଲୱାମା ଜିଲାର ତାହାବ ଚୌକରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଥିଲେ।

Leave A Reply