କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ୩୯୧ ଦାଗି ପ୍ରାର୍ଥୀ, ୭୯୦ କୋଟିପତି

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲଢୁଥିବା ୩୯୧ ପ୍ରାର୍ଥୀଙ୍କ ନାମରେ ଅପରାଧୀକ ମାମଲା ରହିଛି ଓ ୭୯୦ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ନିର୍ବାଚନ ପାଇଁ ଦାଖଲ ପ୍ରାର୍ଥୀଙ୍କ ସତ୍ୟପାଠକୁ ଅନୁଧ୍ୟାନ କରି ଗଣତାନ୍ତ୍ରିକ ସଂସ୍କାର ସଂଗଠନ (ଏଡିଆର) ଏହି ରିପୋର୍ଟ ପ୍ରକାଶ କରିଛି । ନିର୍ବାଚନ ମଇଦାନକୁ ଓହ୍ଳାଇଥିବା ୨୬୫୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୬୦ ପ୍ରାର୍ଥୀଙ୍କ ସତ୍ୟପାଠକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୫% ପ୍ରାର୍ଥୀ ଅର୍ଥାତ ୩୯୧ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଛି । ସେଥିମଧ୍ୟରୁ ୨୫୪ ଜଣଙ୍କ ନାମରେ ଗୁରୁତର ଅପରାଧୀକ ମାମଲା ରହିଛି । ୪ ଜଣଙ୍କ ନାମରେ ହତ୍ୟା, ୨୫ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ଓ ୨୩ ଜଣଙ୍କ ନାମରେ ମହିଳା ବିରୋଧୀ ଅପରାଧୀକ ମାମଲା ରହିଛି । ଏ କ୍ରମରେ ବିଜେପିର ୩୭%, କଂଗ୍ରେସର ୨୭% ପ୍ରାର୍ଥୀଙ୍କ ନାମରେ ଅପରାଧୀକ ମାମଲା ରହିଛି । ବିଜେପିର ୨୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୮୩ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧୀକ ମାମଲା ରହିଛି । ସେଥିମଧ୍ୟରୁ ୫୮ ଜଣଙ୍କ ନାମରେ ଗୁରୁତର ଅପରାଧୀକ ମାମଲା ରହିଛି। ସେହିପରି କଂଗ୍ରେସର ୨୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୫୯ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧୀକ ମାମଲା ରହିଛି । ସେଥିମଧ୍ୟରୁ ୩୨ ଜଣଙ୍କ ନାମରେ ଗୁରୁତର ଅପରାଧୀକ ମାମଲା ରହିଛି। ଜେଡିଏସ୍‌ର ୧୯୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୧ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧୀକ ମାମଲା ରହିଛି । ସେଥିମଧ୍ୟରୁ ୨୯ ଜଣଙ୍କ ନାମରେ ଗୁରୁତର ଅପରାଧୀକ ମାମଲା ରହିଛି। ଜେଡିୟୁର ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ନାମରେ ଅପରାଧୀକ ମାମଲା, ଆପର ୨୭ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ନାମର ଅପରାଧୀକ ମାମଲା ରହିଛି । ସ୍ୱାଧୀନ ଭାବେ ଲଢୁଥିବା ୧୦୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୮ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଛି । ସେଥିମଧ୍ୟରୁ ୭୦ ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧୀକ ମାମଲା ରହିଛି । ନିର୍ବାଚନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୮୩୩ ଜଣ କୋଟିପତି ଅଟନ୍ତି । ବିଜେପିର ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୯୩% ଅର୍ଥାତ ୨୦୮ ପ୍ରାର୍ଥୀ, କଂଗ୍ରେସର ୯୪% ଅର୍ଥାତ ୨୦୭ ପ୍ରାର୍ଥୀ, ଜେଡିଏସ୍‌ର ୧୫୪, ଜେଡିୟୁର ୧୩, ଆପର ୯ ଏବଂ ସ୍ୱାଧୀନ ୧୯୯ ପ୍ରାର୍ଥୀ କୋଟିପତି ଅଟନ୍ତି । କଂଗ୍ରେସର ପ୍ରିୟ କୃଷ୍ଣ ସବୁଠୁ ଧନୀ ପ୍ରାର୍ଥୀ ଅଟନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୦୨୦ କୋଟି ଟଙ୍କା । ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ କୁମାର ସବୁଠୁ ଗରବ ପ୍ରାର୍ଥୀ ଅଟନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ମାତ୍ର ୧୦୦୦ ଟଙ୍କା ।

Leave A Reply