କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ସଭାଗୃହରେ ଗ୍ରାମ୍ୟ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା ଜିଲ୍ଲା ଜରୁରୀ କାଳିନ ବିଭାଗ ସହାୟତା ରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ଯୋଗଦେଇ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କିପରି ଆଗୁଆ ଯୋଜନା କରି ଅମୁଲ୍ୟ ଧନ ଜୀବନ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ସଭ୍ୟମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ତୁରେକେଲା ବ୍ଳକ ପିଏ ଅଶୋକ ପାଣିଗ୍ରାହୀ ଆମ ଅଂଚଳରେ ଦେଖାଯାଉଥିବା ଓ ସମ୍ଭାବ୍ୟ ପ୍ରାକ୍ରୁତିକ ବିପର୍ଯ୍ୟୟ ପାଇଁ କିପରି ଗ୍ରାମ୍ୟ ସ୍ରରରେ ଯୋଜନା କରାଯାଇ ପାରିବ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ।
ଏହି ଯୋଜନା ପ୍ରସ୍ତୁତ ପାଇଁ କମିଟି ଗଠନ, ଆବଶ୍ୟକ ତଥ୍ୟ ସଂଗ୍ରହର ଫର୍ମାଟ ଉପରେ ଶ୍ରମିକ ଶକ୍ତି ସଂଘର ପ୍ରୋଗ୍ରାମ ମେନେଜର ଗୁରୁଗୋବିନ୍ଦ ସିଂହ ମାଝୀ ବିଶଦ୍ ଭାବରେ ଉପସ୍ଥାପନ କରିଥିଲେ।ସହକାରୀ ନିର୍ବାହୀ ଯନ୍ତ୍ରୀ ନବ ମଲ୍ଲିକ ଯୋଜନା କିପରି ଶୀଘ୍ର କରିବାକୁ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ। ଶେଷରେ ଜିପିଇଓ ଗଜାନନ ନାଏକ ସମସ୍ତ ଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.