ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ!

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଳବାଇ ବିଭାଗ ରେ ଚାଲିଥିବା ଠିକା କାମରେ ନିୟୋଜିତ ଜଣେ ଶ୍ରମିକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଶ୍ରମିକ ରାଇଧର ପୁଞ୍ଜି (୪୫)ବର୍ଷ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗନ୍ଧର୍ଲା ଗାଁର ବୋଲି ଜଣାପଡିଛି। ମୃତକ ରାଇଧର ରେଳବାଇ ଅଞ୍ଚଳରେ ଜଣେ ଠିକାଦାର ପାଖରେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ।
prayash
ପ୍ରବଳ ଖରାରେ ଝାଉଁ ମାରିବାରୁ ଅସୁସ୍ଥତା ଅନୁଭବ କଲାପରେ, ଅପରାହ୍ନରେ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ।  ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ କଣ୍ଟାବାଞ୍ଜି ଥାନାରେ ଏକ ଅପମୃତ୍ୟ ମାମଲା କେଶ ନମ୍ବର ୬/୨୪ରୁଜୁ କରାଯାଇଛି। ତାଙ୍କର ମୃତଦେହ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ  ମରଶରୀର ହସ୍ତାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି।

Comments are closed.