କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ଆଜି ଖାଦ୍ୟ ଯୋଗାଣ ଏବଂ ଖାଉଟି ବିଭାଗ ପକ୍ଷରୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ୨ ଟି ଲେଖାଏ ଝୋଟ ତିଆରି ବ୍ୟାଗ ବଣ୍ଟନର ଶୁଭାରମ୍ଭ ହୋଇଥିଲା। କଣ୍ଟାବାଞ୍ଜି ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।
ସବୁଜ ଓଡିଶା ଗଠନ ପାଇଁ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବାକୁ ନବୀନ ଓଡ଼ିଆ ସଦା ସର୍ବଦା ସଂକଳ୍ପବଦ୍ଧ। ପରିବେଶ ସୁରକ୍ଷା ପାଇଁ ସମସ୍ତ ଏଭଳି ବ୍ୟାଗ ବ୍ୟବହାର କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଜ୍ୟୋତି ଏସଏସଜି ଗ୍ରୁପର ସଭେନେତ୍ରୀ ବାସନ୍ତି ପୁଞ୍ଜି, ସମ୍ପାଦିକା ଦୀପାଞ୍ଜଳି ଜୁଏଡ଼, କୋଷାଧ୍ୟକ୍ଷା ଜନମତି ଗହୀର, ସଦସ୍ୟା ହରିପ୍ରିୟା ପ୍ରଧାନୀ, ବିନୋଦିନୀ ବାରିକ, ଜୟ ଅମ୍ବା ମହିଳା ଏସଏସଜି ଗ୍ରୁପ, ଅନିଲ ସୋନି, ବାବୁଲି ମହାନ୍ତି, ୟୁନୁସ ଦାଉଦ, କରିମ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.